ଚେନ୍ନାଇ ସୁପର କିଙ୍ଗସ୍'ର ବ୍ରାଣ୍ତ ଆମ୍ବାସଡର Katrina Kaif!
Katrina Kaif: ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଯାଉଛି IPL 2024 । ଏହାସହ ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗସ୍ ଏହାର ବ୍ରାଣ୍ଡ ଆମ୍ବାସାଡର ଚୟନ କରି ସାରିଛି । ରିପୋର୍ଟ ଅନୁସାରେ ସିଏସ୍କେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବେ ଚହନ କରି ସାରିଛି । ହେଲେ ଦଳର ପ୍ରାୟୋଜକ ଦଳ ପ୍ରକାଶ କରିଛନ୍ତି ଯେ CSK ସହିତ କ୍ୟାଟ୍ରିନାଙ୍କର କୌଣସି ସିଧାସଳଖ ଲିଙ୍କ ନାହିଁ।
ବଲିଉଡର ସୁନ୍ଦରୀ କଟ୍ରିନା କୈଫ Etihad Airwaysର ବ୍ରାଣ୍ଡ ଆମ୍ବାସାଡର। ସେ 2023 ମସିହାରେ Etihad Airways ସହ ଜୋଡି ହୋଇଥିଲେ । ଏଥି ସହିତ ଚେନ୍ନାଇ ସୁପର କିଙ୍ଗସ୍ ୟୁଏଇର ଜାତୀୟ ବିମାନ କମ୍ପାନୀ Etihad Airways ସହ ସ୍ପନସରସିପ୍ ସାଇନ୍ କରିଛି । ଯାହା ପରେ ଅନୁମାନ କରାଯାଉଛି ଯେ କ୍ୟାଟ୍ରିନା ମଧ୍ୟ ଚେନ୍ନାଇ ସୁପର କିଙ୍ଗସର ବ୍ରାଣ୍ଡ ଆମ୍ବାସାଡର ହୋଇପାରନ୍ତି ବୋଲି । କିନ୍ତୁ Etihad Airways ଏହି ଖବର ଉପରେ ବ୍ରେକ୍ ଲଗାଇଛି ।

Etihad Airways ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଚେନ୍ନାଇ ସୁପର କିଙ୍ଗସର ସ୍ପନସର ହୋଇଥିବାରୁ Etihad Airways ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛି। ନିକଟରେ କିଛି ଭୁଲ ରିପୋର୍ଟ ସାମ୍ନାକୁ ଆସିଛି। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ, କ୍ୟାଟ୍ରିନା କୈଫ Etihad Airwaysର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି ହେଲେ କ୍ୟାଟ୍ରିନା ଏବଂ ସିଏସକେ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ଲିଙ୍କ ନାହିଁ ।
IPL 2024ରେ CSK ସହିତ କ୍ୟାଟ୍ରିନାଙ୍କର କୌଣସି ଲିଙ୍କ୍ ନାହିଁ । Etihad Airways ଏହାର କ୍ରୀଡା ଦଳ ଏବଂ ବ୍ୟକ୍ତିତ୍ୱଙ୍କ ସହ ଭାଗିଦାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆମେ କ୍ୟାଟ୍ରିନାଙ୍କ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ଅଟୁ । ଏହା ବ୍ୟତୀତ, ଆଇପିଏଲ୍ ସିଜନରେ ଚେନ୍ନାଇ ସୁପର କିଙ୍ଗସକୁ ଆମର ସମ୍ପୂର୍ଣ୍ଣ ସମର୍ଥନ ରହିଛି ।
ତେବେ ଚେନ୍ନାଇ ସୁପର କିଙ୍ଗସ୍ ସହିତ Etihad Airways ଯୋଗଦେବା ପରେ ବର୍ତ୍ତମାନ ୟୁଏଇ ଜାତୀୟ ବିମାନର ନାମ ଦଳର ଜର୍ସିରେ ଦୃଶ୍ୟମାନ ହେବ। ପ୍ରାୟୋଜକ ଚୁକ୍ତି ସ୍ୱାକ୍ଷର କରିବା ସହିତ CSK ର ନୂଆ ଜର୍ସି ମଧ୍ୟ ଲଞ୍ଚ କରାଯାଇଛି ।












Click it and Unblock the Notifications