For Quick Alerts
For Daily Alerts
ଆତଙ୍କବାଦୀଙ୍କ ଗୁଳିରେ ଟଳିଲେ ଆଉ ଜଣେ କାଶ୍ମୀର ପଣ୍ଡିତ
ରାଜସ୍ବ କର୍ମଚାରୀଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ହେଲେ ବଡଗାମର ରାହୁଲ ଭଟ୍ଟ ।
ଶ୍ରୀନଗର: ଥମୁନି କାଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର। ଗୁରୁବାର ଜଣେ ରାଜସ୍ବ କର୍ମଚାରୀଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ହେଲେ ବଡଗାମର ରାହୁଲ ଭଟ୍ଟ । ବଡଗାମ ଚାଦୁରାରେ ତହସିଲଦାରଙ୍କ ପିଏସଓ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ରାହୁଲ ଜଣେ କାଶ୍ମୀର ପଣ୍ଡିତ ଥିବା ଜଣାପଡିଛି।
ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ ସମ୍ପର୍କରେ କାଶ୍ମୀର ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି । ଘଟଣାସ୍ଥଳରେ ସୁରକ୍ଷା ବଳର ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।
Comments
English summary
Suspected militants on Thursday shot dead a Kashmiri Pandit employee in central Kashmir’s Budgam district. The government employee was shot inside his office.
Story first published: Thursday, May 12, 2022, 18:33 [IST]