ପହଲଗାମ ଆକ୍ରମଣ ଘଟଣାରେ ବଡ଼ ସଫଳତା,ଧରାପଡିଲା ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତି

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆତଙ୍କୀମାନଙ୍କ ଜଣେ ମୁଖ୍ୟ ସାହାଯ୍ୟକାରୀକୁ ଜମ୍ମୁ ଓ କାଶ୍ମୀର ପୁଲିସ ଗିରଫ କରିଛି। ଏହି ବ୍ୟକ୍ତି ଆତଙ୍କବାଦୀଙ୍କ ପହଞ୍ଚିବା ଓ ଫେରିବାରେ ସହାୟତା କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଣରେ ମଧ୍ୟ ସହାୟତା କରିଥିଲା। ଏହି ଗିରଫଦାରୀ ଅନନ୍ତନାଗ ଜିଲ୍ଲାରେ 'ଅପରେସନ ମହାଦେବ' ଅଧୀନରେ ହୋଇଛି, ଯେଉଁଥିରେ ଆତଙ୍କବାଦୀ ନେଟୱର୍କ ଧ୍ବଂସ କରିବା ପାଇଁ ବ୍ୟାପକ ଅଭିଯାନ ଜାରି ରହିଛି।

Pahalgam terrorists arrested

ଆଜି ଗିରଫ ହୋଇଥିବା ଆତଙ୍କୀ ସାହାଯ୍ୟକାରୀ ହେଉଛି କୁଲଗାମ୍‌ ବାସିନ୍ଦା ୨୬ ବର୍ଷିୟ ମହମ୍ମଦ ୟୁସୁଫ୍ କଟାରିଆ। ଗିରଫ ହେବା ପରେ କଟାରିଆକୁ ୧୪ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍ ସହାୟତା ଯୋଗାଇ ଦେବା ସଂକ୍ରାନ୍ତ ବଳିଷ୍ଠ ପ୍ରମାଣ ପୁଲିସ ହାସଲ କରିଛି। କଟାରିଆ ଜରିଆରେ ଆତଙ୍କବାଦୀମାନେ ନିରାପଦ ଆଶ୍ରୟସ୍ଥଳୀ ଓ ଅସ୍ତ୍ରଶସ୍ତ୍ର ପାଇଥିଲେ। ଅପରେସନ ମହାଦେବ ସମୟରେ ମିଳିଥିବା ସୂଚନା ଅନୁଯାୟୀ ଏହି ଏହି ଗିରଫଦାରୀ ସମ୍ଭବ ହୋଇପାରିଛି ଏବଂ ପୁଲିସ ଅଧିକ ସନ୍ଦିଗ୍ଧଙ୍କୁ ଖୋଜୁଛି।

ପହଲଗାମର ବୈସରଣ ଉପତ୍ୟକାରେ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ବ୍ୟବହାର କରି ନାଗରିକଙ୍କୁ ଟାର୍ଗେଟ କରିଥିଲେ। ଧର୍ମ ପଚାରି ସେମାନେ ହିନ୍ଦୁମାନଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଏପ୍ରିଲ ୨୨ ତାରିଖରେ ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନରୁ ସଂଚାଳିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସିଧାସଳଖ ସଂପୃକ୍ତ ବୋଲି ପ୍ରମାଣ ମିଳିଥିବା ବେଳେ ଏଥିରେ ପାକିସ୍ତାନ ସେନ ଓ ଗୁଇନ୍ଦା ସଂସ୍ଥାର ହାତ ମଧ୍ୟ ରହିଛି।

୪ ଜଣ ପାକ୍‌ ଆତଙ୍କୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପହଲଗାମରେ ପ୍ରବେଶ କରିବା ଓ ବର୍ବର ଆକ୍ରମଣ ପରେ ଲୁଚିବାରେ ସବୁ ସହାୟତା କଟାରିଆଠାରୁ ପାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ସାମରିକ ସଂଘର୍ଷ ସୃଷ୍ଟି କରିଥିଲା । ଭାରତର ଆତଙ୍କବାଦ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ 'ଅପରେସନ ସିନ୍ଦୂର'ରେ ପାକିସ୍ତାନର ଶତାଧିକ ଆତଙ୍କୀ ନିପାତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+