'କାଶ୍ମୀର ଫାଇଲ୍ସ ଏକ ଆଧାରହୀନ ଚଳଚ୍ଚିତ୍ର': ଫାରୁକ ଅବଦୁଲ୍ଲା
ପୁଣି ଚର୍ଚ୍ଚାରେ ଫିଲ୍ମ କାଶ୍ମୀର ଫାଇଲ୍ସ । ଫିଲ୍ମ ରିଲିଜ ସମୟରେ ଅନେକ ବିବାଦର ସାମନା କରିବା ସତ୍ତ୍ବେ ମଧ୍ୟ ପ୍ରେକ୍ଷାଳୟରେ ଦର୍ଶକ ଦେଖିଥିଲେ । କିନ୍ତୁ ପୁଣି ଏହି ଫିଲ୍ମ ବ୍ୟାନ କରିବା ନେଇ ଦାବି କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନ
ଶ୍ରୀନଗର: ପୁଣି ଚର୍ଚ୍ଚାରେ ଫିଲ୍ମ କାଶ୍ମୀର ଫାଇଲ୍ସ । ଫିଲ୍ମ ରିଲିଜ ସମୟରେ ଅନେକ ବିବାଦର ସାମନା କରିବା ସତ୍ତ୍ବେ ମଧ୍ୟ ପ୍ରେକ୍ଷାଳୟରେ ଦର୍ଶକ ଦେଖିଥିଲେ । କିନ୍ତୁ ପୁଣି ଏହି ଫିଲ୍ମ ବ୍ୟାନ କରିବା ନେଇ ଦାବି କରିଛନ୍ତି ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ।

ପଣ୍ଡିତଙ୍କ ନିର୍ଯାତନା ଓ ପଳାୟନ ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ଆଧାରହୀନ ବୋଲି କହିଛନ୍ତି ଫାରୁକ । ଏହାର କାହାଣୀ କିମ୍ବା କଥାବସ୍ତୁ କୌଣସି ଆଧାର ଉପରେ ପର୍ଯ୍ୟବେଷିତ ନୁହେଁ । ଏହା କେବଳ ସାମାଜିକ ବିଭେଦ ଓ ଘୃଣା ସୃଷ୍ଟି କରୁଛି ବୋଲି ଦର୍ଶାଇ ଅବଦୁଲ୍ଲା ଏହାକୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି । ସେହିପରି ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ଘଟଣାବଳୀ ମିଥ୍ୟା ଓ ମନଗଢା ବୋଲି ମଧ୍ୟ ଫାରୁକ କହିଛନ୍ତି ।

ଗୁପକାର ମେଣ୍ଟର ପ୍ରତିନିଧି ଦଳ ଗତକାଲି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ଘାଟିରେ ହୋଇଥିବା ହିଂସା ସମ୍ପର୍କରେ ଆଲୋଚନା କରିଥିଲା । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ପିଡିପି ମୁଖ୍ୟ ମେହେବୁବା ମୁଫତି, ଅନ୍ୟ ସହଯୋଗୀ ନେତାମାନେ ମଧ୍ୟ ସାମିଲ ରହିଥିଲେ । ତେବେ ଉପରାଜ୍ୟପାଳଙ୍କ ସହ ସାକ୍ଷାତ ପରେ ଫାରୁକ ଏପରି ମନ୍ତବ୍ୟ ରଖିଛନ୍ତି । ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଥିବା କାଶ୍ମୀର ଫାଇଲ୍ସ ଚଳଚିତ୍ରକୁ ବ୍ୟାନ କରାଯିବାର ଆବଶ୍ୟକତା ରହିଛି ।












Click it and Unblock the Notifications