ଶାହଙ୍କ ବଡ଼ ବୟାନ, କାଶ୍ମୀରର ନାଁ କାଶ୍ୟପ’ ନାମରେ ନାମିତ ହୋଇପାରେ
ନୂଆଦିଲ୍ଲୀ : ବଦଳିପାରେ ଜମ୍ମୁ କଶ୍ମୀରର ନାମ। ଏହାକୁ କଶ୍ମୀର ନୁହେଁ ବରଂ କାଶ୍ୟପ ନାମରେ ନାମିତ କରାଯାଇପାରିବ ବୋଲି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। 'J&K and Ldakh Through the Ages' ପୁସ୍ତକ ଉନ୍ମୋଚନ ଅବସରରେ ସେ ଏଭଳି ବୟାନ ଦେଇଛନ୍ତି।
ତେବେ ଶଙ୍କରାଚାର୍ଯ୍ୟ କହିବା, ସିଲ୍କ ରୁଟ୍ ଏବଂ ହେମିଶ ମଠରୁ ଏହା ପ୍ରମାଣିତ ହେଉଛି ଯେ କଶ୍ମୀରରେ ହିଁ ଭାରତୀୟ ସଂସ୍କୃତିର ମୂଳଦୁଆ ପକାଯାଇଥିଲା। କଶ୍ମୀରରେ ସୁଫି, ବୌଦ୍ଧ ଆଦି ମଠଗୁଡ଼ିକ ଭଲ ଭାବେ ବିକଶିତ ହୋଇଥିଲା।
ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀରୀ, ଡୋଗରୀ, ବାଲଟୀ ଏବଂ ଝଙ୍କାରୀ ଭାଷାକୁ ସ୍ୱୀକୃତି ଦିଆଯାଇଛି । ଏଥିପାଇଁ ପିଏମ୍ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଜାମ୍ମୁ କାଶ୍ମୀରର ସ୍ଥାନୀୟ ଭାଷାକୁ ଜୀବିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଶାହ କହିଛନ୍ତି ଯେ ଧାରା ୩୭୦ ଏବଂ ୩୫ଏ ଦେଶକୁ ଏକ ହେବାକୁ ରୋକିବାର ପ୍ରାବଧାନ ଥିଲା । ସମ୍ୱିଧାନ ସଭାରେ ଏହି ଧାରାକୁ ନେଇ ବହୁମତ ନଥିଲା । ସେଥିପାଇଁ ଏହାକୁ ସେତେବେଳେ ଅସ୍ଥାୟୀ ପ୍ରାବଧାନ କରାଯାଇଥିଲା, କିନ୍ତୁ ସ୍ୱାଧୀନତା ପରର ଏହି କଳଙ୍କିତ ଅଧ୍ୟାୟକୁ ମୋଦୀ ସରକାର ହଟାଇଛନ୍ତି ଏବଂ ବିକାଶର ରାସ୍ତା ଖୋଲିଛନ୍ତି ।

ଗୃହ ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ କାଶ୍ମୀରର ଇତିହାସକୁ ପୁସ୍ତକ ଜରିଆରେ ସ୍ଥାପିତ କରିବା ପାଇଁ ଉଦ୍ୟମ କରାଯାଇଛି । କାଶ୍ମୀର ଉପରେ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସ କୁହାଯାଇଛି । ଭାରତ ପୂରା ଦୁନିଆରେ ଏକମାତ୍ର ଦେଶ, ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରରେ ଆଧାରିତ ଅଟେ । ଏଥିପାଇଁ କାଶ୍ମୀରରୁ କନ୍ୟାକୁମାରୀ ଭାରତ ଏକ । ଯିଏ ସାଂସ୍କୃତିକ ଐତିହ୍ୟକୁ ବୁଝିପାରିବ, ତାର ହିଁ ଭାରତକୁ ବୁଝିବାର ଉଦ୍ୟମ ସାର୍ଥକ ହେବ ।
ଶାହା କହିଛନ୍ତି, ପୁସ୍ତକ ମାଧ୍ୟମରେ କଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ। ଆମ ଦେଶକୁ ଭାଙ୍ଗୁଥିବା ତଥ୍ୟକୁ ବୁଝିବାକୁ ହେବ। କାରଣ ଏହାକୁ ବିକୃତ କରାଯାଇଛି। ଏହି ପୁସ୍ତକରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାରତର କୋଣଅନୁକୋଣରେ ସଂସ୍କୃତିର ଅଂଶ ବିଛାଡ଼ି ହୋଇ ରହିଛି, ସେମାନଙ୍କ ମଧ୍ୟରୁ ଅନେକ କିଛିକଶ୍ମୀରରୁ ଆସିଛି ବୋଲି ସେ କହିଛନ୍ତି।












Click it and Unblock the Notifications