ଝିଅ ବିବାହରେ କୌଣସି ବି ବିମାନ ଦରବଙ୍ଗାରେ ଅବତରଣ କରିବ ନାହିଁ , ଏଭଳି ନିର୍ଦ୍ଦେଶ ଦେଇଥିଲେ କର୍ପୁରୀ ଠାକୁର କାରଣ....
ନୂଆଦିଲ୍ଲୀ: ମଙ୍ଗଳବାର ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ରର ମୋଦୀ ସରକାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ 'ଭାରତ ରତ୍ନ ' ସମ୍ମାନ ଦେବା ଲାଗି ଘୋଷଣା କରିଛନ୍ତି । ଏକ ପଛୁଆ ସମାଜରୁ ଆସିଥିବା କର୍ପୁରୀ ଠାକୁର ସାରା ଜୀବନ ଶୋଷିତ, ଦଳିତ ଏବଂ ବଞ୍ଚିତ ଲୋକଙ୍କ ପାଇଁ ଲଢ଼େଇ କରିଥିଲେ । କର୍ପୁରୀ ଠାକୁର ଜଣେ ମହାନ ସମାଜବାଦୀ ନେତା ଯିଏ ସରଳ ଜୀବନ ବିତାଉଥିଲେ । ସେ ମଧ୍ୟ ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ବିହାରରେ କର୍ପୁରୀ ଠାକୁରଙ୍କ ବିଷୟରେ ଅନେକ କାହାଣୀ ପ୍ରସିଦ୍ଧ, ସେଥିମଧ୍ୟରୁ ଗୋଟିଏ ହେଉଛି ଯେ ଯେତେବେଳେ ସେ ବିହାରର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ କୌଣସି କ୍ୟାବିନେଟ ସଦସ୍ୟଙ୍କୁ ତାଙ୍କ ଝିିଅର ବିବାହକୁ ନିମନ୍ତ୍ରଣ କରିନଥିଲେ ଏବଂ ତାଙ୍କ ଝଅର ବାହାଘର ଧୁମ୍ ଧାମ୍ରେ ନକରି ତାଙ୍କ ଗାଁରେ ଅତି ସରଳ ଭାବରେ ବିବାହ କରାଇଥିଲେ । ସେ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟ ସରକାରଙ୍କ କୌଣସି ବି ବିମାନ ସେଦିନ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଦାରବଙ୍ଗା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିମାନ ବନ୍ଦରରେ ଅବତରଣ କରିବ ନାହିଁ ।

ସେ ଏପରି ନିର୍ଦ୍ଦେଶ ଦେଇଥିଲେ କାରଣ ସେ ଆଶଙ୍କା କରୁଥିଲେ ଯେ ବିବାହର ଶେଷ ମୁହୂର୍ତ୍ତରେ ବି କୌଣସି ମନ୍ତ୍ରୀ ବିବାହ ବିଷୟରେ ଜାଣିବା ପରେ , ସେଠାରେ ତୁରନ୍ତ ପହଁଞ୍ଚି ପାରନ୍ତି । ଯେଉଁଥି ପାଇଁ କି ଏଭଳି ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିବା କର୍ପୁରୀ ଠାକୁର ଚାହୁଁଥିଲେ ଯେ ଦେଓଗର ମନ୍ଦିରରେ ତାଙ୍କ ଝିଅର ବିବାହ ହେଉ, କିନ୍ତୁ କର୍ପୁରୀ ଜିଙ୍କ ପତ୍ନୀଙ୍କ ଜିଦ୍ରେ ଏହି ବିବାହ ଗାଁରେ ହୋଇଥିଲା । ଅପରପକ୍ଷେ, ଅଧିକାଂଶ ଶାସକ ନେତା ପାଟନାରେ ବିବାହ କରନ୍ତି ଯାହା ଦ୍ୱାରା କି ସେମାନେ ସର୍ବାଧିକ ଉପହାର ପାଇପାରିବେ ।
ରାଷ୍ଟ୍ରପତି ଭବନ ମଙ୍ଗଳବାର ଘୋଷଣା କରିଛିି ଯେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କୁ 'ଭାରତ ରତ୍ନ' ସମ୍ମାନରେ ସମ୍ମାନିତ କରାଯିବ । 'ଜନନାୟକ' ନାମରେ ଜଣାଶୁଣା ଠାକୁର, ଡିସେମ୍ବର ୧୯୭୦ ରୁ ଜୁନ୍ ୧୯୭୧ ପର୍ଯ୍ୟନ୍ତ ଏବଂ ଡିସେମ୍ବର ୧୯୭୭ ରୁ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ଥିଲେ । ଫେବୃଆରୀ ୧୭, ୧୯୮୮ ରେ ତାଙ୍କର ଦେହାନ୍ତ ହୋଇଥିଲା ।












Click it and Unblock the Notifications