ଭାସିଗଲା ଡ୍ୟାମ୍ ଗେଟ୍ , ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ : ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଗତରାତିରେ ପାଣି ନିଷ୍କାସନ ସମୟରେ ପାଣିର ପ୍ରଖର ସ୍ରୋତରେ ଚେନ ଲିଙ୍କ ଭାଙ୍ଗି ଗେଟ୍ ଭାସିଯାଇଥିବା ଜଣ ପଡିଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍ ଡାଉନ ଷ୍ଟ୍ରିମ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଥିଲା ବେଳେ ଗୋଟିଏ ଗେଟ୍ ଉପରୁ ଚାପ ହ୍ରାସ କରିବାକୁ ସମସ୍ତ ୫ ଟି ଗେଟ୍ ଖୋଲି ଦିଆଯାଇଛି।

ଏହାଫଳରେ ଜଳଭଣ୍ଡାରରେ ଜଳ କ୍ଷମତା ହ୍ରାସ ପାଇବ ଏବଂ ମରାମତି କାର୍ଯ୍ୟ କରାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ଅଧିକାରୀମାନଙ୍କ କହିବା କଥା ଯେ ମରାମତି କାମ ପାଇଁ ଡ୍ୟାମରେ ଥିବା ୧୦୫ ଟିଏମସି ପାଣିକୁ ୬୫ରୁ ୫୫ ଟିଏମସି କରିବାକୁ ପଡ଼ିବ। ତେଣୁ ବାଧ୍ୟ ହୋଇ ଡ୍ୟାମରୁ ଜଳ ନିଷ୍କାସିତ କରାଯାଉଛି। ତେଣୁ କୋପ୍ପାଲ ବ୍ୟତୀତ ପଡ଼ୋଶୀ ଆନ୍ଧ୍ରରେ ମଧ୍ୟ ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

Karnataka s Tungabhadra Dam

କୃଷ୍ଣା ନଦୀ ଉପକଣ୍ଠରେ ରହୁଥିବା ଲୋକମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଏଥିସହ କେନାଲ ଓ ନଦୀ ପାର ହେବା ବେଳେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଡ୍ୟାମ ମଧ୍ୟରୁ ୮୯ ହଜାର କ୍ୟୁସେସ ଜଳ ନିଷ୍କାସିତ ହେଉଛି। କୋପ୍ପାଲ ଜିଲ୍ଲା ଇନ ଚାର୍ଜ ମନ୍ତ୍ରୀ ଶିବରାଜ ତଙ୍ଗାଡାଗି କହିଛନ୍ତି, "ଡ୍ୟାମ ଖାଲି କରିବାର ଆବଶ୍ୟକତା ପଡ଼ିଛି। ଆମକୁ ଡ୍ୟାମରୁ ୬୦ରୁ ୬୫ ଟିଏମସି ଜଳ ନିଷ୍କାସିତ କରିବାକୁ ପଡ଼ିବ। ଡ୍ୟାମରୁ ୨୦ ଫୁଟ ଜଳ ବାହାରିବା ପରେ ହିଁ ସମସ୍ୟାର ସମାଧାନ ହୋଇପାରିବ।"

ଡ୍ୟାମର ଗେଟ ଭାସି ଯିବା ଖବର ମିଳିବା ପରେ କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କୋପ୍ପାଲ ଅଭିମୁଖେ ବାହାରିଛନ୍ତି। ସେ ସେଠାକାର ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+