ସ୍ବାମୀଙ୍କଠାରୁ ମାସିକ ୬ ଲକ୍ଷ ଟଙ୍କା ଭରଣପୋଷଣ ଦାବି କରିଥିଲେ ମହିଳା; ଭର୍ସନା କରି ବିଚାରପତି କହିଲେ ନିଜେ ରୋଜଗାର କର

ବେଙ୍ଗାଲୁରୁ: ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି ବେଳେ କିଛି ନୂଆ ଓ ଚକିତକର ଘଟନା ଘଟିଛି । ଏକ ମାମଲାରେ କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତି ଜଣେ ମହିଳାଙ୍କୁ କଡ଼ା ସମାଲୋଚନା କରିଛନ୍ତି, ଯିଏ କି ତାଙ୍କ ସ୍ଵାମୀଙ୍କଠାରୁ ଭରଣପୋଷଣ ବାବଦରେ ମାସିକ ୬ ଲକ୍ଷ ଟଙ୍କାରୁ ଅଧିକ ଦାବି କରିଥିଲେ ।

ଅଗଷ୍ଟ ୨୦ରେ ହୋଇଥିବା ଶୁଣାଣି ସମୟରେ ମୁନୁକୁନ୍ତଳାଙ୍କ ଓକିଲ ଅଦାଲତରେ ତାଙ୍କ ଖର୍ଚ୍ଚର ବିବରଣୀ ଉପସ୍ଥାପନ କରି କହିଥିଲେ ଯେ ତାଙ୍କ କ୍ଲାଏଣ୍ଟଙ୍କୁ ଜୋତା, ପୋଷାକ, ଚୁଡ଼ି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପାଇଁ ମାସିକ ୧୫,୦୦୦ ଟଙ୍କା, ଘରେ ଖାଦ୍ୟ ପାଇଁ ମାସିକ ୬୦,୦୦୦ ଟଙ୍କା ଏବଂ ଆଣ୍ଠୁ ଯନ୍ତ୍ରଣାର ଚିକିତ୍ସା ଓ ଫିଜିଓଥେରାପି ପାଇଁ ୪-୫ ଲକ୍ଷ ଟଙ୍କା ଦରକାର ଓକିଲ କହିଛନ୍ତି ଯେ ମହିଳା ଜଣକ ତାଙ୍କ ସ୍ବାମୀଙ୍କଠାରୁ ଭରଣପୋଷଣ ବାବଦରେ ମାସିକ ୬,୧୬,୩୦୦ ଟଙ୍କା ଚାହୁଛନ୍ତି । କିନ୍ତୁ ବିଚାରପତି ଅତ୍ୟଧିକ ଟଙ୍କାରେ ଆଶ୍ଚର୍ଯ୍ୟ ହେବା ସହ କୌଣସି ପାରିବାରିକ ଦାୟିତ୍ବ ବିହୀନ ଜଣେ ଏକାକିନୀ ମହିଳାଙ୍କ ପାଇଁ ଏଭଳି ଖର୍ଚ୍ଚର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ। ବିଚାରପତି ଓକିଲଙ୍କୁ କହିଥିଲେ, ମାସକୁ ୬ ଲକ୍ଷ ୧୬ ହଜାର ୩୦୦ ଟଙ୍କା!

HC says earn yourself

ରାଧା ମୁନୁକୁନ୍ତଳା ନାମ୍ନୀ ଏହି ମହିଳା ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୨୪ ଅନୁଯାୟୀ ଆର୍ଥିକ ସହାୟତା ଚାହୁଥିଲେ ଏବଂ ତାଙ୍କ ଦାବିକୁ ଯଥାର୍ଥ ପ୍ରମାଣିତ କରିବା ପାଇଁ ତାଙ୍କ ମାସିକ ଖର୍ଚ୍ଚର ବିସ୍ତୃତ ବିବରଣୀ ଦେଇଥିଲେ।

ବିଚାରପତି କହିଥିଲେ କେହି ଏତେ ଖର୍ଚ୍ଚ କରନ୍ତି କି? ଯଦି ସେ ଏତେ ଖର୍ଚ୍ଚ କରିବାକୁ ଚାହୁଛନ୍ତି, ତେବେ ନିଜେ ରୋଜଗାର କରନ୍ତୁ। ପରିବାରର ଆଉ କୌଣସି ଦାୟିତ୍ବ ତୁମର ନାହିଁ। ପିଲାଙ୍କ ଯତ୍ନ ନେବାକୁ ପଡ଼ିବ ନାହିଁ। ଆପଣ ଏହା ନିଜ ପାଇଁ ଚାହୁଛନ୍ତି। ଧାରା ୨୪ର ଉଦ୍ଦେଶ୍ୟ ଏହା ନୁହେଁ। ପତ୍ନୀଙ୍କ ସହ ଝଗଡ଼ା ହେବା ସ୍ବାମୀଙ୍କ ପାଇଁ ଦଣ୍ଡ ନୁହେଁ, ଯେଉଁଥି ପାଇଁ ତାଙ୍କୁ ୬ ଲକ୍ଷ ୧୬ ହଜାର ୩୦୦ ଟଙ୍କା ମାସିକ ତଣ୍ଡ ଦେବାକୁ ପଡ଼ିବ | ଦାବି ସଂଶୋଧନ ନ କଲେ ଆବେଦନ ଖାରଜ କରାଯିବ ବୋଲି ଚେତାବନୀ ଦେଇ ବିଚାରପତି ଓକିଲଙ୍କୁ ଅଧିକ ଯୁକ୍ତିଯୁକ୍ତ ଅର୍ଥ ପ୍ରଦାନ ନିମନ୍ତେ ଦାବି କରିବାକୁ କହିଥିଲେ । ଶୁଣାଣି ସମୟରେ ମହିଳାଙ୍କ ଓକିଲଙ୍କୁ ବିଚାରପତିଙ୍କ ଭର୍ସନାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+