ପୁଣେ-ବେଙ୍ଗାଲୁରୁ ଏକ୍ସପ୍ରେସ-ଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା, ୪ ମୃତ

ପୁଣେ-ବେଙ୍ଗାଲୁରୁ ଏକ୍ସପ୍ରେସ-ଓ୍ବେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେଲା କାର୍ । ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ପୋଲିସ ଟିମ୍ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସୂଚନା ଅନୁଯାୟୀ, ରବିବାର ପୁଣେ-ବେଙ୍ଗାଲୁରୁ ଏକ୍ସପ୍ରେସ-ଓ୍ବେ ଏହି ଦୁର୍ଘଟଣା ହୋଇଛି । ନୁଲବୀ କ୍ରସ୍ ନିକଟରେ ଏକ କାର୍ ନିୟନ୍ତ୍ରଣ ହରାଇ ସାଇଡ୍ଓ୍ବାଲରେ ପିଟି ହେବା ପରେ ଡିଭାଇଡରକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଏତେ ଭୟଙ୍କର ଥିଲା ଯେ, କାର୍‌ଟି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ମହିଳା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ହାଭେରୀରୁ ହୁବୁଲୀ ଯାଉଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ।

road accident

ପୋଲିସ ପ୍ରାଥମିକ ତଦନ୍ତକୁ ମୃତକଙ୍କ ପରିଚୟ ପାଇଛି । ମୃତକମାନେ ହେଲେ ସୁଜାତା ହିରେମଠ, ଗାୟତ୍ରୀ ମନ୍ଥନମଠ, ଶକୁନ୍ତଳା ହିରେମଠ ଓ ସମ୍ପତ କୁମାରୀ । ସମସ୍ତେ କର୍ଣ୍ଣାଟକ ହୁବୁଲିର ଲିଙ୍ଗରାଜନଗରର ବାସିନ୍ଦ । କାର୍ ଚାଳକ ଭିରେଶ ହିରେମଠଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିପରି ହେଲା ଭୀଷଣ ଦୁର୍ଘଟଣା, ପୋଲିସ ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+