For Quick Alerts
For Daily Alerts
ମର୍ମନ୍ତୁଦ ସଡକ ଦୁର୍ଘଟଣା, 3 ଶିଶୁ ସମେତ 7 ମୃତ
ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କ୍ରୁଜର । ଦ୍ରୁତଗତୀ ଗତି ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି । ଏଥିରେ 7 ଜଣଙ୍କ ମୃତ୍ୟୁ ହେବା ସହ 6 ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ରହିଥିବା ଜଣାପଡିଛି।

ଶୁକ୍ରବାର ବିଳମ୍ବିତ ରାତିରେ ଧରୱାଡ ତାଲୁକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । କ୍ରୁଜରରେ ମୋଟ 20 ଜଣ ଯାତ୍ରୀ ଥିଲେ । ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡର ଏକ ଗଛରେ ପିଟି ହୋଇଯାଇଥିଲା ।
ଫଳରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିବା ସହ ନିକଟସ୍ତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେମାନଙ୍କ ଭିତରୁ ଡାକ୍ତର 7 ଜଣଙ୍କୁ ମୃତ ଘୋଷଣା କରିଥଲେ । ଆହତଙ୍କର ଚିକିତ୍ସା ଚାଲିଛି । ଏସପି ବର୍ତ୍ତମାନ ଘଟଣାର ଅନୁଧ୍ୟାନ କରୁଛନ୍ତି । ଗ୍ରାମାଞ୍ଚଳ ଥାନା ଠାରୁ କିଛି ଦୂରରେ ଘଟିଛି ଏହି ଦୁର୍ଘଟଣା ।
Comments
କର୍ଣ୍ଣାଟକର ଧରୱାଡ କ୍ରୁଜର cruiser karnataka accidentt dharwada cruiser accident engagement party national natioal news police kiims hospitall
English summary
ROAD MISHAP: 7 people died in karnattaka , cruiser rams over a tree due to high speed.
Story first published: Saturday, May 21, 2022, 12:18 [IST]