ବେଙ୍ଗାଲୁରୁ ବର୍ଷା: ରାସ୍ତାରେ ଚାଲିଲା ପାଣି, ସ୍କୁଲ୍‌ କଲେଜ୍ ବନ୍ଦ

ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପାଣିରେ ବୁଡ଼ିଲା ରାସ୍ତା , ସ୍କୁଲ୍‌, କଲେଜ୍ ବନ୍ଦ ନେଇ ସରକାର ଦେଲେ ନିର୍ଦ୍ଦେଶ।

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପାଣିରେ ବୁଡ଼ିଲା ରାସ୍ତା , ସ୍କୁଲ୍‌, କଲେଜ୍ ବନ୍ଦ ନେଇ ସରକାର ଦେଲେ ନିର୍ଦ୍ଦେଶ। ରାସ୍ତାରେ ବର୍ଷା ପାଣି ଚାଲୁଥିବା ହେତୁ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବେଙ୍ଗାଲୁରୁ ଡିଷ୍ଟ୍ରିକ୍ଟକ୍‌ କମିଶନର କେ ଶ୍ରୀନିବାସ ଏନେଇ ଛୁଟି ଘୋଷଣା କରିଛନ୍ତି।

heavy rain

ଶ୍ରୀନିବାସ କହିଛନ୍ତି " ସୋମବାର ଠାରୁ ପ୍ରବଳ ବର୍ଷା ହୋଇଥିବାରୁ ବେଙ୍ଗାଲୁରୁର ଅନେକ ସ୍ଥାନରେ ପାଣି ଜମି ରାସ୍ତା ଜାମ ହୋଇଛି। ଗଛପତ୍ର ବି ଉପୁଡ଼ି ପଡ଼ିଛି। ପ୍ରବଳ ବର୍ଷା ପାଇଁ ବେଙ୍ଗାଲୁରୁରେ ସ୍କୁଲ କଲେଜ୍‌ ଛୁଟି କରାଯାଇଛି।

ପ୍ରବଳ ବର୍ଷା ସତ୍ତ୍ବେ ବି ପାଣିପାଗ ବିଭାଗ ବେଙ୍ଗାଲୁରୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ତା ସହ ବେଲଗାଭୀ ଓ ଅନ୍ୟାନ୍ୟା ଜିଲ୍ଲାକୁ ବି ୱାର୍ଣ୍ଣିଂ ଜାରି କରି ସତର୍କ କରାଯାଇଛି। ଏହି ଘଟଣାରେ ବେଙ୍ଗାଲୁରୁ-ମହୀଶୂର ରାସ୍ତା ବି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ବର୍ଷା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ରେଭିନ୍ୟୁ ବିଭାଗ ସହ ଆଲୋଚନା କରିଛନ୍ତି । ଏହି ବର୍ଷାରେ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+