ଏହି ରାଜ୍ୟରେ ଓବିସି ତାଲିକାରେ ସାମିଲ ହେଲା ଇସଲାମ ସମ୍ପ୍ରଦାୟ
Karnataka Government: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ଇସଲାମ ସମ୍ପ୍ରଦାୟକୁ ପଛୁଆ ବର୍ଗରେ (ଓବିସି)ରେ ଅନ୍ତର୍ଭୁକ୍ତ କରିଛନ୍ତି । ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛନ୍ତି। ବୁଧବାର କର୍ଣ୍ଣାଟକ ସରକାରୀ ତଥ୍ୟକୁ ଦର୍ଶାଇ ଏନସିବିସି ଏହା ନିଶ୍ଚିତ କରିଛି।

ANI ରିପୋରର୍ଟ ଅନୁସାରେ, ପଛୁଆ ବର୍ଗର ଜାତୀୟ ଆୟୋଗ କହିଛନ୍ତି ଯେ କର୍ଣ୍ଣାଟକ ସରକାରଙ୍କ ତଥ୍ୟ ଅନୁଯାୟୀ କର୍ଣ୍ଣାଟକର ସମସ୍ତ ଜାତି ଏବଂ ସମ୍ପ୍ରଦାୟ ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ତଥା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପାଇଁ ଓବିସି ତାଲିକାରେ ସାମିଲ କରାଯାଇଛି । ଦ୍ୱିତୀୟ ଶ୍ରେଣୀ-ବି ଅଧୀନରେ କର୍ଣ୍ଣାଟକ ରାଜ୍ୟର ସମସ୍ତ ମୁସଲମାନଙ୍କୁ ଓବିସି ଭାବେ ବିବେଚନା କରାଯାଏ। ଆୟୋଗ କହିଛନ୍ତି ଯେ ବର୍ଗ -1 ରେ 17 ଟି ମୁସଲମାନ ସମ୍ପ୍ରଦାୟକୁ ଓବିସି ଭାବରେ ବିବେଚନା କରାଯାଉଥିବାବେଳେ ବର୍ଗ-୨ ଏରେ 19 ଟି ମୁସଲମାନ ସମ୍ପ୍ରଦାୟକୁ ଓବିସି ଭାବରେ ବିବେଚନା କରାଯାଇଛି।
As per the data from Karnataka government, all castes and communities of Muslims of Karnataka have been included in the list of OBCs for reservation in employment and educational institutions under the state govt. Under Category II-B, all Muslims of Karnataka state have been… pic.twitter.com/eh1IYF3FX0
— ANI (@ANI) April 24, 2024
ଏନସିବିସି ସଭାପତି ହଂସରାଜ ଗଙ୍ଗାରାମ ଅହିରଙ୍କ ସୂଚନା ଅନୁସାରେ, "କର୍ଣ୍ଣାଟକର ସମସ୍ତ ମୁସଲମାନ ଚାକିରି ସଂରକ୍ଷଣ ତଥା କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ଓବିସିର ରାଜ୍ୟ ତାଲିକାରେ ସ୍ଥାନ ପାଇଛନ୍ତି। କର୍ଣ୍ଣାଟକ ସରକାରଙ୍କ ପଛୁଆ ବର୍ଗ କଲ୍ୟାଣ ବିଭାଗ। ଜାତୀୟ ପଛୁଆ ବର୍ଗ ଅଧିନିୟମ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରାଯାଇଛି ଯେ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନେ କର୍ଣ୍ଣାଟକରେ ଧାର୍ମିକ ସଂଖ୍ୟାଲଘୁ ନୁହଁନ୍ତି ବୋଲି ଲିଖିତ ଭାବରେ ସୂଚନା ଦିଆଯାଇଛି। କର୍ଣ୍ଣାଟକରେ ୧୨.୨ ପ୍ରତିଶତ ମୁସଲମାନ ସଂମ୍ପ୍ରଦାୟର ଲୋକ ମାନେ ବସବାସ କରନ୍ତି।
ଏଥି ସହିତ, ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ମୁସଲିମ ସମ୍ପ୍ରଦାୟକୁ ଓବିସି ତାଲିକାରେ ମିଶାଇବା ପରେ କଂଗ୍ରେସ ସରକାରଙ୍କ ନିଷ୍ପତ୍ତିକୁ ଏନସିବିସି ସମାଲୋଚନା କରି କହିଛି ଯେ, ଏହା "ସାମାଜିକ ନ୍ୟାୟର ନୀତି" କୁ ଦୁର୍ବଳ କରିଦେଇଛି। ଆୟୋଗ କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ଅନ୍ୟ ପଛୁଆ ବର୍ଗର ଅଧିକାର ନଷ୍ଟ ହୋଇଯାଇଛି।












Click it and Unblock the Notifications