ଫେରିଲା କରୋନା: ଏହି ରାଜ୍ୟରେ ପୁଣି ମାସ୍କ ବାଧ୍ୟତାମୂଳକ କଲେ ସରକାର, ଚିନ୍ତା ବଢାଉଛି JN.1
Covid News: କୋଭିଡ -19 ମହାମାରୀର ପୁଣି ଦେଶର କେତକ ରାଜ୍ୟରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କେରଳ ପରେ ବର୍ତ୍ତମାନ କର୍ଣ୍ଣାଟକରେ ମଧ୍ୟ ପ୍ରଶାସନ ପକ୍ଷରୁ କରୋନା ପାଇଁ ଜାରି ହେଲା ଆଡଭାଇଜରି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋମବାର ବରିଷ୍ଠ ନାଗରିକ ତଥା ରୋଗରେ ପୀଡିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।
କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ କୋଭିଡ -19 ମାମଲା ବୃଦ୍ଧି ପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଏହି ସୂଚନା ଦେଇଛନ୍ତି। ସେହିପରି ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଗତକାଲି ଆମେ ଏକ ବୈଠକ କରିଥିଲୁ । ଯେଉଁଠାରେ କେଉଁ ରାଜ୍ୟରେ ବର୍ତ୍ତମାନ ସ୍ଥିତିକୁ ଦେଖି କେଉଁ ପଦକ୍ଷେପ ନେବା ଉଚିତ୍ ସେନେଇ ଆଲୋଚନା ହୋଇଛି । ଯେଉଁମାନଙ୍କର ବୟସ 60 ବର୍ଷରୁ ଅଧିକ ଏବଂ ହୃଦଘାତ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ପୀଡିତ ଅଛନ୍ତି ସେମାନେ ମାସ୍କ ପିନ୍ଧିବା ଆବଶ୍ୟକ ।
ସେ ଆହୁରି କହିଛନ୍ତି ଯେ, ଆମେ ସରକାରୀ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେରଳ ସୀମା ଅଞ୍ଚଳଗୁଡିକ ଅଧିକ ସତର୍କ ରହିବା ଜରୁରୀ ବୋଲି ମଧ୍ୟ ସେ କହିଛନ୍ତି । ମାଙ୍ଗାଲୋର, ଚମାନଜନଗର ଏବଂ କୋଡାଗୁ ସଜାଗ ରହିବା ଉଚିତ୍ । କରୋନା ଟେଷ୍ଟିଂ ବୃଦ୍ଧି କରାଯିବ । ଯେଉଁମାନଙ୍କର ନିଶ୍ୱାସ ନେବାରେ ସମସ୍ୟା ରହିଛି ସେମାନଙ୍କୁ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପଡିବ ବୋଲି ମଧ୍ୟ ସେ କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସୋମବାର ଦିନ ଭାରତରେ କୋଭିଡ -19 ସକ୍ରିୟ ମାମଲା 1,828 କୁ ବୃଦ୍ଧି ପାଇଛି। ଯେଉଁଠାରେ କେରଳରେ ଜଣଙ୍କର ମୃତ୍ୟୁ ହୋଇଛି। ନିକଟରେ କେରଳରେ କୋଭିଡ୍ ସବ୍-ଭାରିଆଣ୍ଟ JN.1 ଚିହ୍ନଟ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।
କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 4.46 କୋଟି (4,44,69,931) କୁ ବୃଦ୍ଧି ପାଇଛି । 98.81 ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କୋଭିଡ -19 ଯୋଗୁଁ ଏପର୍ଯ୍ୟନ୍ତ 5,33,317 ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ମୃତ୍ୟୁ ହାର 1.19 ପ୍ରତିଶତ ରହିଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications