ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼, ୪ ଟଙ୍କା ବଢ଼ିଲା କ୍ଷୀର ଦାମ୍
ଆଜିକାଲି ଦେଶରେ ମୁଦ୍ରାସ୍ଫୀତି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିବାରେ ଲାଗିଛି। ଯେଉଁଥିପାଇଁ ସମସ୍ତଙ୍କର ବଜେଟ୍ (Budget) ଉପରେ ପ୍ରଭାବ ପଡୁଛି। ଲୋକଙ୍କୁ ପନିପରିବା ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏବେ ଦୁଗ୍ଧ ଉତ୍ପାଦନ କରୁଥିବା କମ୍ପାନୀ କ୍ଷୀରର ଦାମ୍ ବଢାଇବାକୁ ଘୋଷଣା କରିଛନ୍ତି ।
କ୍ଷୀର ଦାମ୍ ୧/୨ ନୁହେଁ ବରଂ ୪ ଟଙ୍କା ବଢିଛି । କର୍ଣ୍ଣାଟକ ମିଲ୍କ ଫେଡେରେସନ ନିଜର ବ୍ରାଣ୍ଡ ନନ୍ଦିନୀ ନାମରେ ବିକ୍ରି ହେଉଥିବା କ୍ଷୀର ଦାମ ଲିଟର ପିଛା ୪ ଘଣ୍ଟା ବଢାଇବାକୁ ଘୋଷଣା କରିଛି । ନନ୍ଦିନୀ ବ୍ରାଣ୍ଡର କ୍ଷୀର ଏବଂ ଘିଅ ଉଚ୍ଚ ଗୁଣବତ୍ତା ସଂପନ୍ନ ହୋଇଥିବାରୁ ସମସ୍ତଙ୍କ ପ୍ରଥମ ପସନ୍ଦ ।
ଏହି ସୂଚନା ଦେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ କେ.ଏନ. ରଞ୍ଜନା କହିଛନ୍ତି ଯେ ରାଜ୍ୟରେ କ୍ଷୀରର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବ। ଦୁଗ୍ଧ ଚାଷୀ ଏବଂ କର୍ନାଟକ କ୍ଷୀର ମହାସଂଘ ଦୀର୍ଘ ଦିନ ଧରି ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଂଗଠନ ପକ୍ଷରୁ କ୍ଷୀରର ମୂଲ୍ୟ ଲିଟର ପିଛା ୫ ଟଙ୍କା ବୃଦ୍ଧି କରିବାକୁ ଦାବି କରାଯାଇଥିଲା।

ତଥାପି, ସରକାର କେବଳ ୪ ଟଙ୍କା ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ, ନନ୍ଦିନୀ ଦହିର ମୂଲ୍ୟ ମଧ୍ୟ କିଲୋଗ୍ରାମ ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ୨୦୨୪ ଜୁନରେ ମଧ୍ୟ ନନ୍ଦିନୀ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା। ମନ୍ତ୍ରୀ କେ.ଏନ. ରଞ୍ଜନା କହିଛନ୍ତି ଯେ ରାଜ୍ୟର ଦୁଗ୍ଧ ଉତ୍ପାଦକଙ୍କ ପାଖରେ ମୂଲ୍ୟ ସଂଶୋଧନ ରାଶି ସିଧାସଳଖ ପହଞ୍ଚିବା ପାଇଁ ପଦକ୍ଷେପ ନିଆଯିବ।












Click it and Unblock the Notifications