ବିଏସ ୟେଦ୍ୟୁରପ୍ପାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
B S Yediyurappa: POCSO ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟ ବି.ଏସ୍ ୟେଦ୍ୟୁରପ୍ପାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି । ହେଲେ ଅନୁସନ୍ଧାନ ପାଇଁ ଜୁନ୍ 17ରେ ସିଆଇଡିରେ ତାଙ୍କୁ ହାଜର ହେବାକୁ ପଡିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ। ବିଏସ୍ ବି.ଏସ୍ ୟେଦ୍ୟୁରପ୍ପାଙ୍କୁ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନ ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାକୁ ନେଇ ୟେଦ୍ୟୁରପ୍ପାଙ୍କ ଓକିଲ ସନ୍ଦୀପ ସି ପାଟିଲ କହିଛନ୍ତି, ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ । ୟେଦ୍ୟୁରପ୍ପା ତଦନ୍ତରେ ସହଯୋଗ କରୁଛନ୍ତି । ଏପରି ସ୍ଥିତିରେ ତଦନ୍ତକାରୀ ଅଧିକାରୀ କୋର୍ଟ ଯାଇ ତାଙ୍କ ବିରୋଧରେ ୱାରେଣ୍ଟ ହାସଲ କରି ପାରିବେ ନାହିଁ । ଯାହା ପରେ ହାଇକୋର୍ଟ ଗିରଫ ପରୱାନା ଉପରେ ରୋକ ଲଗାଇଛନ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥା କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।












Click it and Unblock the Notifications