Get Updates
Get notified of breaking news, exclusive insights, and must-see stories!

ହିଜାବକୁ ନେଇ ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କର୍ଣ୍ଣାଟକ ହାଇଜାବ ବିବାଦ ମାମଲାରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ ।

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ବିବାଦ ମାମଲାରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଇସଲାମର ଧର୍ମରେ ହିଜାବ ଜରୁରୀ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ।

hijab

କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି କି ଇସଲାମ୍ ଧର୍ମରେ ହିଜାବ ପରିଧାନ କରିବା ବାଧ୍ୟତାମୂଳକ ନୁହେଁ । ସେପଟେ କୋର୍ଟ କହିଛନ୍ତି କି କୌଣସି ଛାତ୍ର ଛାତ୍ରୀ ଶିକ୍ଷାନୁଷ୍ଠାନ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ୟୁନିଫର୍ମ ପରିଧାନ କରିବାକୁ ମନା କରିପାରବେ ନାହିଁ । ଏହାସହ ଫେବୃଆରୀ ୫ ତାରିଖରେ ଯେଉଁ ଛାତ୍ର ଛାତ୍ରୀମାନେ ସରକାରୀ ଆଦେଶକୁ ଅମାନ୍ୟ କରିଥିଲେ ସେମାନଙ୍କ ଉପରେ କୌଣସି ମକଦ୍ଦମା ହେବ ନାହିଁ ।

ସେପଟେ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି କି, ମୁଁ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛି । ଏହାସହ ସେ ଦେଶର ଛାତ୍ରଛାତ୍ରୀମାନଙ୍କୁ ଏସବୁ ମାମଲାକୁ ଛାଡି ପାଠ ପଢିବା ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି ।

ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବେଙ୍ଗଳୁରୁ ଓ ମାଙ୍ଗାଲୋରରେ ବହୁ ଲୋକ ଏକାଠି ହେବା ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା । ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଇଁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୯ ତାରିଖ ସକାଳ ୬ଟା ପଯର୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+