ଜମି ଦୁର୍ନୀତି ମାମଲା: ସିଦ୍ଧରମୈୟାଙ୍କୁ ଲାଗିଲା ଝଟକା, ଆବେଦନ ହେଲା ଖାରଜ

ଜମି ଦୁର୍ନୀତି ମାମଲା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା । ଆଜି କର୍ଣ୍ଣାଟକ ହାଇକୋର୍ଟ ଅର୍ଥାତ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି । ସମସ୍ତ ଯୁକ୍ତି ଶୁଣିବା ପରେ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜି ତାଙ୍କ ଆବେଦନ ଖାରଜ ହୋଇଛି ।

Siddaramaiah

ଆଜି ହାଇକୋର୍ଟରେ ଜଷ୍ଟିସ୍ ଏମ ନାଗପ୍ରସନ୍ନ ଏହି ମାମଲାର ଶୁଣାଣି କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ନାଗପ୍ରସନ୍ନ କହିଛନ୍ତି, ଏହି ମାମଲାରେ ନିଷ୍ପତ୍ତି ନେବାରେ ରାଜ୍ୟପାଳଙ୍କର ଅଧିକାର ରହିଛି, ଜମି ଦୁର୍ନୀତି ମାମଲାରେ ତଦନ୍ତ ହୋଇପାରିବ । ହାଇକୋର୍ଟ ଅଥିରେ ପ୍ରତିବନ୍ଧକ ଲଗାଇପାରିବେ ନାହିଁ ।

ଏହି ମାମଲାରେ ସିଦ୍ଧରମୈୟାଙ୍କ ପତ୍ନୀ ବିଏମ ପାର୍ବତୀଙ୍କୁ ମାଇସୋରର ଏକ ଅପ୍ସାଲ୍ ଅଞ୍ଚଳରେ ଏକ କ୍ଷତିପୂରଣ ସ୍ଥାନ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି, ଯାହାର ସମ୍ପତ୍ତି ମୂଲ୍ୟ MUDA ଦ୍ୱାରା ପ୍ରାପ୍ତ ହୋଇଥିବା ସ୍ଥାନଠାରୁ ଅଧିକ ଥିଲା। MUDA ତାର 3.16 ଏକର ଜମି ବଦଳରେ ପାର୍ବତୀଙ୍କୁ 50:50 ଅନୁପାତ ଯୋଜନା ଅଧୀନରେ ପ୍ଲଟ୍ ବଣ୍ଟନ କରିଥିଲା, ଯେଉଁଠାରେ MUDA ଏକ ଆବାସିକ ଲେଆଉଟ୍ ବିକଶିତ କରିଥିଲା ​​ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+