ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କ ପୁଅଙ୍କ ବଢ଼ିଲା ଅଡ଼ୁଆ, ଲୁକଆଉଟ୍ ବିଜ୍ଞପ୍ତି ଜାରି କଲେ କର୍ଣ୍ଣାଟକ ସରକାର
କର୍ଣ୍ଣାଟକ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ନାତି ପ୍ରଜ୍ଵଳ ରେଭାନ୍ନାଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିରୋଧରେ ବଳାତ୍କାର ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଏଥିସହିତ ପ୍ରଜ୍ଜ୍ୱଳ ରେଭାନ୍ନା ଏବଂ ତାଙ୍କ ପିତା ଏଚଡି ରେଭାନ୍ନାଙ୍କ ବିରୋଧରେ ପୁଣି ଥରେ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି।

ଗୃହମନ୍ତ୍ରୀ ପରମେଶ୍ୱର ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି। କିନ୍ତୁ ଗତକାଲି ଦ୍ୱିତୀୟ ନୋଟିସ ଦିଆଯାଇଥିଲା। ନୋଟିସକୁ ଜବାବ ଦେବାକୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ସମୟ ଦିଆଯାଇଛି ।
କହିରଖୁ ଯେ, ମେ' ୨ରେ ଜଣେ ବ୍ୟକ୍ତି ମୈସୁର ଜିଲ୍ଲାର କେ.ଆର ନାଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ତାଙ୍କ ଏପ୍ରିଲ ୨୯ ତାରିଖରୁ ତାଙ୍କ ମା' ନିଖୋଜ ଥିଲେ। ପରେ ତାଙ୍କ ଯୌନ ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେ ଏବଂ ତାଙ୍କ ମା' ହୋଲେନାରସିପୁରାର ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବାସଭବନ ଏବଂ ଫାର୍ମହାଉସରେ ୬ ବର୍ଷ ଯାଏ କାମ କରିଥିଲେ। ତେବେ ସେ ତିନି ବର୍ଷ ପୂର୍ବେ ଚାକିରି ଛାଡି ଦେଇଥିବା ତାଙ୍କ ଅଭିଯୋଗରେ ବ୍ୟକ୍ତି ଜଣକ କହିଛନ୍ତି।
୩୩ ବର୍ଷିୟ ପ୍ରଜ୍ଜ୍ୱଳ ରେଭାନ୍ନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ସୁପ୍ରିମୋ ଏଚଡି ଦେବ ଗୌଡାଙ୍କ ନାତି ତଥା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ପୁଅ। ତାଙ୍କ ବିରୋଧରେ ଅନେକ ମହିଳାଙ୍କ ଯୌନ ଶୋଷଣ ଅଭିଯୋଗ ଆସିଛି। ଏହା ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଛି। ଏହି ମାମଲାରେ କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିଛନ୍ତି। ଏପ୍ରିଲ ୨୬ରେ ମତଦାନ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ପ୍ରଜ୍ଜ୍ୱଳ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।












Click it and Unblock the Notifications