କର୍ଣ୍ଣାଟକ ନିର୍ବାଚନ ଏକ୍ଜିଟ୍ ପୋଲ୍ସ 2023: କର୍ଣ୍ଣାଟକରେ କିଏ ଗଢିବ ସରକାର ? ଦେଖନ୍ତୁ, କ'ଣ କହୁଛି ବୁଥ୍ ବାହୁଡ଼ା ମତ ?
Karnataka Exit Poll Results 2023: ଆଜି ଶେଷ ହୋଇଛି 224 ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ । ମେ 13 ରେ ପ୍ରକାଶ ପାଇବ ଫଳାଫଳ । ତେବେ ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଆସୁଛି ଏକ୍ଜିଟ୍ ପୋଲ୍ସ ବା ବୁଥ୍ ବାହୁଡ଼ା ମତ ।
ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିବା ସର୍ଭେରେ କଂଗ୍ରେସ ବୃହତ ଦଳ ଭାବେ ଉଭା ହେବ ବୋଲି ଆକଳ କରାଯାଇଛି । ସେହିପରି ଶାସକ ବିଜେପି ଦ୍ୱିତୀୟ ରେ ରହିପାରେ । କିନ୍ତୁ ଜେଡିଏସ୍ ଏଥର କିଙ୍ଗ୍ ମେକର ହେବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଦେଖନ୍ତୁ, କାହାକୁ ମିଳିପାରେ କେତେ ସିଟ୍ ? କ'ଣ କହୁଛି ବୁଥ୍ ବାହୁଡ଼ା ମତ ?

ଜନ କି ବାତ୍
କର୍ଣ୍ଣାଟକରେ ଏଥର ବିଜେପିକୁ ୯୪ରୁ ୧୧୭ ସିଟ୍ ମିଳିପାରେ ବୋଲି ଜନ୍ କି ବାତ୍ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି । ସେହିପରି କଂଗ୍ରେସକୁ ୯୧ରୁ ୧୦୬ ସିଟ୍, ଜେଡିଏସକୁ ୧୪ରୁ ୨୪ ସିଟ୍ ଏବଂ ସ୍ୱାଧୀନକୁ ୦ କିମ୍ବା ୨ଟି ସିଟ୍ ମିଳିପାରେ ବୋଲି ଏକଜିଟ୍ ପୋଲରେ ଅନୁମାନ କରିଛି ଜନ୍ କି ବାତ୍ ଏକଜିଟ୍ ପୋଲ ।
ନ୍ୟୁଜ୍ ୧୮ ଏକଜିଟ୍ ପୋଲ
କର୍ଣ୍ଣାଟକରେ ଏଥର କଂଗ୍ରେସକୁ ୯୧ରୁ ୧୦୬ ସିଟ୍ ମିଳିବା ନେଇ ଅନୁମାନ କରିଛି ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ର ଏକଜିଟ୍ ପୋଲ୍ । ତା ସହିତ ବିଜେପିକୁ ୯୪ରୁ ୧୧୭ ସିଟ୍ ଏବଂ ଜେଡିଏସକୁ ୧୪ରୁ ୨୪ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଇଛି ।

ଜୀ-ନ୍ୟୁଜ ଏକଜିଟ୍ ପୋଲ
ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀ-ନ୍ୟୁଜ୍ ପକ୍ଷରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଏହି ଏକଜିଟ୍ ପୋଲରେ ବିଜେପିକୁ ୭୯ରୁ ୯୪ ସିଟ୍ ମିଳିବା ନେଇ ଅନୁମାନ କରାଯାଇଥିବା ବେଳେ, କଂଗ୍ରେସକୁ ୧୦୩ରୁ ୧୧୮ ସିଟ୍ ମିଳିପାରେ ବୋଲି କୁହାଯାଉଛି । ସେପଟେ ଜେଡିଏସକୁ ୨୫ରୁ ୩୩ ସିଟ୍ ଏବଂ ସ୍ୱାଧୀନ ଖାତାକୁ ୨ରୁ ୫ ସିଟ୍ ଯାଇପାରେ ବୋଲି ଜୀ-ନ୍ୟୁଜ୍ ଏକଜିଟ ପୋଲରେ ଅନୁମାନ କରାଯାଉଛି ।
ପି-ଏମଏଆରକ୍ୟୁର ଏକଜିଟ୍ ପୋଲ୍
କର୍ଣ୍ଣାଟକରେ ୨୨୪ ଆସନରୁ ଏଥର ବିଜେପିକୁ ୮୫ରୁ ୧୦୦ ସିଟ୍ ମିଳିପାରେ ବୋଲି ପି-ଏମଏଆରକ୍ୟୁ ଅନୁମାନ କରିଛି । ସେହିପରି କଂଗ୍ରେସକୁ ୯୪ରୁ ୧୦୮ ସିଟ୍ ଏବଂ ଜେଡିଏସକୁ ୨୪ରୁ ୩୨ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ କର୍ଣ୍ଣାଟକରେ ଏଥର ୨ରୁ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାନସଭାକୁ ଆସିପାରନ୍ତି ବୋଲି ପି-ଏମଆରକ୍ୟୁ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି ।
ଟିଭି-୯ ଭାରତବର୍ଷ
ଟିଭି-୯ ଭାରତବର୍ଷ ଏବଂ ପୋଲଷ୍ଟାର୍ଟ ଏକଜିଟ୍ ପୋଲର ସର୍ଭେ ମୁତାବକ ଏଥର କର୍ଣ୍ଣାଟକରେ ବିଜେପିକୁ ୮୮ରୁ ୯୮ ସିଟ୍ ମିଳିପାରେ । ଅନ୍ୟପଟେ କଂଗ୍ରେସକୁ ଏଥର କର୍ଣ୍ଣାଟକରେ ୯୯ରୁ ୧୦୯ ସିଟ୍ ମିଳିପାରେ ବୋଲି ଟିଭି-୯ ଭାରତବର୍ଷ ଅନୁମାନ କରିଛି । ସେହିପରି ଜେଡିଏସକୁ ୨୧ରୁ ୨୬ ସିଟ୍ ମିଳିବ ବୋଲି ଅନୁମାନ କରାଯାଉଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications