Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ନିର୍ବାଚନ ଏକ୍ଜିଟ୍ ପୋଲ୍ସ 2023: କୌଣସି ଦଳକୁ ମିଳୁନି ବହୁମତ, ପୁଣି କିଙ୍ଗ୍ ମେକର ବନିବ କି JD(S) ?

Karnataka Exit Poll Results 2023: ଶେଷ ହୋଇଛି 224 ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ । ମେ 13 ରେ ପ୍ରକାଶ ପାଇବ ଫଳାଫଳ । ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି ଏକ୍ଜିଟ୍ ପୋଲ୍ସ ବା ବୁଥ୍ ବାହୁଡ଼ା ମତ ।

ତେବେ ଏହି ଏକ୍ଜିଟ୍ ପୋଲ୍ସ କୌଣସି ଦଳକୁ ବହୁମତ ମିଳୁନଥିବା କହିଛି । ଫଳରେ କର୍ଣ୍ଣାଟକ ପୁଣିଥରେ ଝୁଲା ସରକାର ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ପୂର୍ବ ନିର୍ବାଚନ ଭଳି ଏଥର ମଧ୍ୟ ଜନତା ଦଳ (ସେକୁଲାର) ଜେଡି଼ଏସ୍ ପୁଣିଥରେ କିଙ୍ଗ୍ ମେକର ସାଜିପାରେ ବୋଲି ଅନୁମାନ କରାଯାଉଛି । କାରଣ ପ୍ରମୁଖ ଏକ୍ଜିଟ୍ ପୋଲ ସର୍ଭେରେ ଜେଡି (ଏସ୍) ପାଇଁ 14-33 ସିଟ୍ ପୂର୍ବାନୁମାନ କରାଯାଇଛି ।

Karnataka Exit Poll Results 2023

ସୂଚନାଥାଉ କି, 2018 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଜେଡି (ଏସ୍) 37 ଟି ସିଟ୍ ଜିତିବା ପରେ କିଙ୍ଗମେକର ଭୂମିକା ଗ୍ରହଣ କରିଥିଲା । କଂଗ୍ରେସ ସହିତ ମେଣ୍ଟ କରି ଦଳ ସରକାର ଗଢିଥିଲା ଓ ଏଚ୍.ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦେଖନ୍ତୁ, କାହାକୁ ମିଳିପାରେ କେତେ ସିଟ୍ ? କ'ଣ କହୁଛି ବୁଥ୍ ବାହୁଡ଼ା ମତ ?

ଜନ କି ବାତ୍

କର୍ଣ୍ଣାଟକରେ ଏଥର ବିଜେପିକୁ ୯୪ରୁ ୧୧୭ ସିଟ୍ ମିଳିପାରେ ବୋଲି ଜନ୍ କି ବାତ୍ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି । ସେହିପରି କଂଗ୍ରେସକୁ ୯୧ରୁ ୧୦୬ ସିଟ୍, ଜେଡିଏସକୁ ୧୪ରୁ ୨୪ ସିଟ୍ ଏବଂ ସ୍ୱାଧୀନକୁ ୦ କିମ୍ବା ୨ଟି ସିଟ୍ ମିଳିପାରେ ବୋଲି ଏକଜିଟ୍ ପୋଲରେ ଅନୁମାନ କରିଛି ଜନ୍ କି ବାତ୍ ଏକଜିଟ୍ ପୋଲ ।

ନ୍ୟୁଜ୍ ୧୮ ଏକଜିଟ୍ ପୋଲ

କର୍ଣ୍ଣାଟକରେ ଏଥର କଂଗ୍ରେସକୁ ୯୧ରୁ ୧୦୬ ସିଟ୍ ମିଳିବା ନେଇ ଅନୁମାନ କରିଛି ଜାତୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ର ଏକଜିଟ୍ ପୋଲ୍ । ତା ସହିତ ବିଜେପିକୁ ୯୪ରୁ ୧୧୭ ସିଟ୍ ଏବଂ ଜେଡିଏସକୁ ୧୪ରୁ ୨୪ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଇଛି ।

Karnataka Exit Poll Results 2023

ଜୀ-ନ୍ୟୁଜ ଏକଜିଟ୍ ପୋଲ

ଜାତୀୟ ଗଣମାଧ୍ୟମ ସଂସ୍ଥା ଜୀ-ନ୍ୟୁଜ୍ ପକ୍ଷରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଏହି ଏକଜିଟ୍ ପୋଲରେ ବିଜେପିକୁ ୭୯ରୁ ୯୪ ସିଟ୍ ମିଳିବା ନେଇ ଅନୁମାନ କରାଯାଇଥିବା ବେଳେ, କଂଗ୍ରେସକୁ ୧୦୩ରୁ ୧୧୮ ସିଟ୍ ମିଳିପାରେ ବୋଲି କୁହାଯାଉଛି । ସେପଟେ ଜେଡିଏସକୁ ୨୫ରୁ ୩୩ ସିଟ୍ ଏବଂ ସ୍ୱାଧୀନ ଖାତାକୁ ୨ରୁ ୫ ସିଟ୍ ଯାଇପାରେ ବୋଲି ଜୀ-ନ୍ୟୁଜ୍ ଏକଜିଟ ପୋଲରେ ଅନୁମାନ କରାଯାଉଛି ।

ପି-ଏମଏଆରକ୍ୟୁର ଏକଜିଟ୍ ପୋଲ୍

କର୍ଣ୍ଣାଟକରେ ୨୨୪ ଆସନରୁ ଏଥର ବିଜେପିକୁ ୮୫ରୁ ୧୦୦ ସିଟ୍ ମିଳିପାରେ ବୋଲି ପି-ଏମଏଆରକ୍ୟୁ ଅନୁମାନ କରିଛି । ସେହିପରି କଂଗ୍ରେସକୁ ୯୪ରୁ ୧୦୮ ସିଟ୍ ଏବଂ ଜେଡିଏସକୁ ୨୪ରୁ ୩୨ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ସେପଟେ କର୍ଣ୍ଣାଟକରେ ଏଥର ୨ରୁ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାନସଭାକୁ ଆସିପାରନ୍ତି ବୋଲି ପି-ଏମଆରକ୍ୟୁ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି ।

ଟିଭି-୯ ଭାରତବର୍ଷ

ଟିଭି-୯ ଭାରତବର୍ଷ ଏବଂ ପୋଲଷ୍ଟାର୍ଟ ଏକଜିଟ୍ ପୋଲର ସର୍ଭେ ମୁତାବକ ଏଥର କର୍ଣ୍ଣାଟକରେ ବିଜେପିକୁ ୮୮ରୁ ୯୮ ସିଟ୍ ମିଳିପାରେ । ଅନ୍ୟପଟେ କଂଗ୍ରେସକୁ ଏଥର କର୍ଣ୍ଣାଟକରେ ୯୯ରୁ ୧୦୯ ସିଟ୍ ମିଳିପାରେ ବୋଲି ଟିଭି-୯ ଭାରତବର୍ଷ ଅନୁମାନ କରିଛି । ସେହିପରି ଜେଡିଏସକୁ ୨୧ରୁ ୨୬ ସିଟ୍ ମିଳିବ ବୋଲି ଅନୁମାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+