କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ ହେଲେ ନୂଆ ସିବିଆଇ ମୁଖ୍ୟ

ନୂଆଦିଲ୍ଲୀ: ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ କର୍ଣ୍ଣାଟକ ପୋଲିସ ଡିଜିପି ପ୍ରବୀଣ ସୁଦଙ୍କୁ ନିଯୁକ୍ତ କରାଯାଇଛି । ସେ ଆଗାମୀ ୨ ବର୍ଷ ପାଇଁ ପଦରେ ରହିବେ । ସେ ସୁବୋଧ କୁମାର ଜୈସୱାଲଙ୍କ ସ୍ଥାନ ନେବେ । ଜୈସୱାଲଙ୍କ କାର୍ଯ୍ୟକାଳ ମେ' ୨୫ ତାରିଖରେ ଶେଷ ହେବ । ଏହା ପରେ ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ ଆରମ୍ଭ କରିବେ ପ୍ରବୀଣ ସୁଦ ।

ପ୍ରବୀଣ ସୁଦ କିଏ
ପ୍ରବୀଣ ସୁଦ ହେଉଛନ୍ତି 1986 ବ୍ୟାଚ୍ ଆଇପିଏସ୍ ବ୍ୟାଚର ଷ୍ଟେଟ୍ କ୍ୟାଡର । ତାଙ୍କୁ ତିନି ବର୍ଷ ପୂର୍ବେ ରାଜ୍ୟର ଡିଜିପି ଭାବରେ ନିଯୁକ୍ତ କରାଯାଇଥିଲା । ସେ ହିମାଚଳ ପ୍ରଦେଶର ଏବଂ ଆଇଆଇଟି-ଦିଲ୍ଲୀର ଆଲୁମନାସ୍ । ସେ ମେ 2024 ରେ ଅବସର ନେଇଥାନ୍ତେ ହେଲେ ବର୍ତ୍ତମାନ ଦୁଇ ବର୍ଷର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇବା ପରେ ସେ ଅତି କମରେ ମେ' 2025 ପର୍ଯ୍ୟନ୍ତ କାର୍ଯ୍ୟରତ ରହିବେ ।

CBI

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରାଜ୍ୟ କଂଗ୍ରେସ ମୁଖ୍ୟ ଶିବକୁମାର, ପ୍ରବୀଣ ସୁଦଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ମାର୍ଚ୍ଚ ମାସରେ ସେ କହିଥିଲେ ଯେ, କର୍ଣ୍ଣାଟକ ବିଜେପି ସରକାରଙ୍କୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି ପ୍ରବୀଣ ସୁଦ । ଯାହା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏପରିକି ତାଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ ଶିବକୁମାର ।

ତେବେ ଶନିବାର ଦିନ ସଂଧ୍ୟାରେ କମିଟି ପକ୍ଷରୁ ବୈଠକ ବସିଥିଲା । ଯେଉଁଥିରେ ୩ ଜଣ ଆଇପିଏସଙ୍କ ନାଁ ସାମିଲ ଥିଲା ହେଲେ ସମସ୍ତଙ୍କୁ ପଛରେ ପକାଇ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ପ୍ରବୀଣ ସୁଦ । ସେ ଦାୟିତ୍ୱ ନେବା ପରେ ଦୁଇ ବର୍ଷ ଯାଏ ଏହି ପଦରେ ରହିବେ ।

ସୂଚନାଥାଉ ଯେ, ମହାରାଷ୍ଟ୍ର କ୍ୟାଡରର 1985 ବ୍ୟାଚ୍ ଆଇପିଏସ୍ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଜୈସୱାଲ 26 ମଇ 2021ରେ ସିବିଆଇର ଦାୟିତ୍ୱ ଗ୍ରହଣ କରିଥିଲେ । ଏବେ ତାଙ୍କର କାର୍ଯ୍ୟକାଳ 25 ମଇ 2023ରେ ଶେଷ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+