ଗଡ଼଼କରୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କଲେ କଂଗ୍ରେସ ନେତା, ଜାଣନ୍ତୁ ଏହା ପଛର ସତ୍ୟତା.....
କଂଗ୍ରେସ ବିଧାୟକ ନୀତିନ ଗଡକରୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଛନ୍ତି । ସେ ଏଥିପାଇଁ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଅବସର ବୟାନକୁ ଉଲ୍ଲେଖ କରିଛନ୍ତି । କଂଗ୍ରେସ ବିଧାୟକ ଆରଏସଏସ ପ୍ରମୁଖଙ୍କ ବୟାନକୁ ସ୍ୱାଗତ କରି କହିଛନ୍ତି, ଯଦି ତାଙ୍କ ହିସାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦରୁ ଅବସର ନେଉଛନ୍ତି, ତେବେ ତାଙ୍କ ସ୍ଥାନରେ ଗଡକରୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ୍ । ଗଡକରୀ ଏହି ପଦ ପାଇଁ ସର୍ବୋତ୍କୃଷ୍ଠ ବ୍ୟକ୍ତି ।
ନିକଟରେ ମୋହନ ଭାଗବତ କହିଥିଲେ ଯେ, ୭୫ ବର୍ଷ ପୂରା ହେବା ପରେ ନେତାଙ୍କୁ କ୍ଷମତାରୁ ଇସ୍ତଫା ଦେବା ଉଚିତ୍ । ଏହା ପରେ କଂଗ୍ରେସ ଟାର୍ଗେଟ୍ କରି କହିଥିଲା ଯେ, ମୋହନ ଭାଗବତଙ୍କ ଇସାରା ପିଏମ ମୋଦୀଙ୍କ ଉପରେ ଥିଲା । ଆଉ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୭୫ ବର୍ଷ ବୟସ ହେବାକୁ ଯାଉଛି ।
କଂଗ୍ରେସ ବିଧାୟକ ବେଲୁର ଗୋପାଳକୃଷ୍ଣ କର୍ଣ୍ଣାଟକର ସାଗର ବିଧାନସଭାରୁ ବିଧାୟକ ଅଟନ୍ତି । ସେ କହିଛନ୍ତି ଗଡକରୀ ଦେଶର ଗରିବ ଲୋକଙ୍କ ଅଧିକ ଚିନ୍ତା କରନ୍ତି । ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ କଂଗ୍ରେସ ବିଧାୟକ କହିଛନ୍ତି, ବିଜେପି ୭୫ ବର୍ଷ ବୟସ ହେବାରୁ ବିଏସ ୟେଦିୟୁରପ୍ପାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ୟେଦିୟୁରପ୍ପାଙ୍କ ଆଖିରେ ଲୁହ ଭରି ଯାଇଥିଲା । ଏବେ ବିଜେପିକୁ ଆରଏସଏସ ମୁଖ୍ୟଙ୍କ ବୟାନକୁ ସ୍ୱାଗତ କରିବା ଉଚିତ୍ । ଏହି ଫର୍ମୁଲା ପ୍ରଧାନମନ୍ତ୍ରୀ ପଦରେ ମଧ୍ୟ ଲାଗୁ ହେବା ଉଚିତ୍ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଦେଶରେ ଗରିବ ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ ଧନୀ ବ୍ୟକ୍ତି ଆହୁରି ଧନୀ ହେବାରେ ଲାଗିଛି । ଦେଶର ଧନ କିଛି ମୁଷ୍ଟିମେୟ ଲୋକଙ୍କ ହାତକୁ ଯାଉଛି । ଏସବୁକୁ ଦେଖିଲେ ଗଡକରୀ ପିଏମ ମୋଦୀ ପାଇଁ ସବୁଠୁ ଯୋଗ୍ୟ । ବିଜେପି ହାଇକମାଣ୍ଡଙ୍କୁ ଏହି ବିଷୟରେ ଚିନ୍ତା କରିବା ଉଚିତ୍ ।
-
ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ -
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ ....












Click it and Unblock the Notifications