ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁଖ୍ୟମନ୍ତ୍ରୀ
ବାଙ୍ଗଲୋର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିବାରେ ଲାଗିଛି । କିଛି ଦିନ ତଳେ ଜମି ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ। ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଥିଲେ ରାଜ୍ୟପାଳ। ସୂଚନାନୁସାରେ, ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ଏମୟୁଡ଼ିଏ) ଜମି ଆବଣ୍ଟନରେ ଘୋଟାଲା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟପାଳ ଥାୱର ଚାନ୍ଦ ତାଙ୍କ ଅନୁରୋଧକୁ ଗ୍ରହଣ କରିବା ସହ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ପାଇଁ ଅନୁମତି ଦେଇଥିଲେ । ତେବେ ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ସିଦ୍ଧରମୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶନିବାର ଦିନ ଅପରାହ୍ନ ୩ଟାରେ ରାଜ ଭବନରେ ତାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା।












Click it and Unblock the Notifications