ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ନେଇ ହେଲା ବିରୋଧ, ପରେ ୭୦% ଚାକିରି ସଂରକ୍ଷଣ କଲେ ରାଜ୍ୟ ସରକାର
ବାଙ୍ଗଲୋର: କର୍ଣ୍ଣାଟକର ଘରୋଇ କମ୍ପାନୀଗୁଡିକରେ ଗ୍ରୁପ ସି ଏବଂ ଡିରେ ସ୍ଥାନୀୟ ଲୋକଙ୍କୁ ୧୦୦% ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ବିବାଦ ଘେରକୁ ଆସିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି ।
ପରେ ଶ୍ରମ ମନ୍ତ୍ରୀ ତଥା କଂଗ୍ରେସ ନେତା ସନ୍ତୋଷ ଏସ ଲାଡ ରାଜ୍ୟର ଘରୋଇ କ୍ଷେତ୍ରରେ ଚାକିରି ସଂରକ୍ଷଣ ସମ୍ପର୍କରେ ଘୋଷଣା ପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକର ବେସରକାରୀ କମ୍ପାନୀଗୁଡିକରେ ଅଣ-ପରିଚାଳନା ପୋଷ୍ଟରେ ସଂରକ୍ଷଣ ସୀମା ୭୦% ଏବଂ ପରିଚାଳନା ସ୍ତରୀୟ ପଦବୀ ପାଇଁ ୫୦% ଅଛି ବୋଲି କହିଥିଲେ ।

ସୁଚନାନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ, ରାଜ୍ୟର ସମସ୍ତ ବେସରକାରୀ ସଂସ୍ଥାରେ ଗ୍ରୁପ୍ ସି' ଏବଂ ଡି' ଗ୍ରେଡ୍ ପଦବୀ ପାଇଁ ଶତ ପ୍ରତିଶତ କନ୍ନଡବାସୀଙ୍କ ନିଯୁକ୍ତି ବାଧ୍ୟତାମୂଳକ କରାଯାଇଛି । ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ବିଲକୁ ଅନୁମୋଦନ ମିଳିଛି । କନ୍ନଡବାସୀଙ୍କୁ ସୁଖପ୍ରଦ ଜୀବନଯାପନର ସୁଯୋଗ ମିଳୁ ଏବଂ ସେମାନେ ନିଜ ମାଟିରେ ଚାକିରିରୁ ବଞ୍ଚିତ ନ ହୁଅନ୍ତୁ ବୋଲି ମୋ ଇଚ୍ଛା । ଏଥିପାଇଁ ଶତପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅଣାଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି ।












Click it and Unblock the Notifications