କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୁଦ୍ଧରେ ରୁଜୁ ହେବ ମାମଲା!

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ସୂଚନାନୁସାରେ, ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ଘୋଟାଲା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ କରିବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟପାଳ ଥାୱର ଚାନ୍ଦ ତାଙ୍କ ଅନୁରୋଧକୁ ଗ୍ରହଣ କରିବା ସହ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ପାଇଁ ଅନୁମତି ଦେଇଛନ୍ତି। ଶନିବାର ଦିନ ଅପରାହ୍ନ ୩ଟାରେ ରାଜ ଭବନରେ ତାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା।

Siddaramaiah

ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ଏହି ପ୍ରସଙ୍ଗରେ ଆଇନ ବିଶେଷଜ୍ଞଙ୍କ ମତ ନେଇଥିଲେ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମୋଦନ ଦେଇଥିଲେ। ଏହି ମାମଲାରେ, ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୭,୧୯ଏବଂ ମୁଦା ମାମଲାରେ ଭାରତୀୟ ସିଭିଲ ସିକ୍ୟୁରିଟି କୋଡ, ୧୦୧୩ର ଧାରା ୨୧୮ ଅନୁଯାୟୀ ଅଭିଯୋଗକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମୋଦନ ଲୋଡିଥିଲେ।

ଏହି ମାମଲାରେ ଦୁର୍ନୀତି ନିବାରଣ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମ ଏବଂ ଅନ୍ୟାନ୍ୟ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ମୁଦା ସ୍କାମରେ ବେଆଇନ ଆବଣ୍ଟନ ହେତୁ ରାଜ୍ୟ ଖନନକାରୀ ୪୫କୋଟି ଟଙ୍କା କ୍ଷତି ସହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବ୍ୟତୀତ ତାଙ୍କ ପତ୍ନୀ, ପୁଅ ଏବଂ ମୁଦା କମିଶନରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଦାବି କରାଯାଇଥିଲା।

ଅନ୍ୟପଟେ ସିଦ୍ଧରମୈୟା ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ରାଜ୍ୟପାଳଙ୍କ ଅନୁମତିକୁ ବିରୋଧ କରି କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜଣାଇଛି ଦଳ। କଂଗ୍ରେସ ପକ୍ଷରୁ ଏହାକୁ କେନ୍ଦ୍ର ସରକାର ଏବଂ ବିଜେପିର ଚକ୍ରାନ୍ତ ବୋଲି ଅଭିଯୋଗ କରାଯିବା ସହ କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରି ଏପରି କରାଯାଉଥିବା ଦଳ ଅଭିଯୋଗ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+