କର୍ଣ୍ଣାଟକ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ;ମୃତକ ଏବଂ ଆହତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା
କର୍ଣ୍ଣାଟକରେ ଏକ ବସ୍, ଟ୍ରକ୍ ସହିତ ଧକ୍କା ଖାଇବା ପରେ ଜଳିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଟ୍ରକ୍ ଚାଳକ ଓ ବସ୍ରେ ଥିବା ୮ଜଣ ଯାତ୍ରୀ। ସିବାର୍ଡ ଟୁରିଷ୍ଟ ଦ୍ୱାରା ପରିଚାଳିତ ବସ୍ଟି ୩୨ଜଣଙ୍କୁ ନେଇ ବେଙ୍ଗାଲୁରୁରୁ ଗୋକର୍ଣ୍ଣକୁ ଯାଉଥିବା ବେଳେ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା।
ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି, କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କ ପାଇଁ ଗଭୀର ଦୁଃଖିତ । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ଏବଂ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରୁଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ।

ଖବର ମୁତାବକ, ରାତି ୨ଟାରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ଟ୍ରକ୍ ନିୟନ୍ତ୍ରଣ ହରାଇ ବସ୍ ଆଡକୁ ମାଡ଼ି ଆସିବା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍ର ଡିଜେଲ ଟାଙ୍କି ଫାଟିଯିବାରୁ ସଙ୍ଗେ ସଙ୍ଗେ ବସ୍ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ଶୋଇଥିବା ଯାତ୍ରୀ ଓ ବସ୍ ଚାଳକ, କ୍ଲିନର ଓ କଣ୍ଡକ୍ଟର ବସ୍ରୁ ଡେଇଁ ପଡ଼ିଥିଲେ। ହେଲେ ୮ଜଣ ଯାତ୍ରୀ ବସ୍ ଭିତରେ ଫସିଯିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ, ଦୁର୍ଘଟଣା ମହାଁମୁହିଁ ହୋଇଥିବାରୁ ଟ୍ରକ୍ ଚାଳକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି












Click it and Unblock the Notifications