ପାଞ୍ଚଟି ଗ୍ୟାରେଣ୍ଟି ପୂରଣ କରିବାକୁ ୫୨ କୋଟି ଟଙ୍କା ଖର୍ଚ୍ଚ କରିବ ସିଦ୍ଧରମୈୟା ସରକାର
Karnataka budget 2023:ଶୁକ୍ରବାର ଅର୍ଥାତ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ସରକାରଙ୍କ ପ୍ରଥମ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟରେ କର୍ଣ୍ଣାଟକ ସରକାର ପାଞ୍ଚଟି କଂଗ୍ରେସ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ରାଜ୍ୟବାସୀଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ଦେବା ପାଇଁ ଗୁରୁତ୍ୱ ଦେଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସର ପାଞ୍ଚଟି ଗ୍ୟାରେଣ୍ଟି ସହିତ 52,000 କୋଟି ଟଙ୍କା ରାଜ୍ୟର ଏକ କୋଟିରୁ ଅଧିକ ପରିବାରକୁ ହସ୍ତାନ୍ତର କରାଯିବ। ଏହା ସହିତ ସିଏମ୍ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ NEP କୁ ରାଜ୍ୟ ଶିକ୍ଷା ନୀତି ବଦଳାଇବ ।
ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ସପ୍ତମ ଥର ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । 2013 ରୁ 2018 ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ୬ଟି ବଜେଟ୍ ଉପସ୍ଥାପନା କରିଥିଲେ । ଏହି ବଜେଟ୍ ମଧ୍ୟ 14 ତମ ବଜେଟ୍ ହେବ ଯେଉଁଥିରେ ସିଦ୍ଧରମୈୟା ଅଂଶଗ୍ରହଣ କରିଛନ୍ତି ।
ଗୃହ ଲକ୍ଷ୍ମୀ ଯୋଜନା
ଗୃହ ଲକ୍ଷ୍ମୀ ଯୋଜନା ପାଇଁ 30000 କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ଅଧୀନରେ ମହିଳାମାନଙ୍କୁ "ମହିଳା ମୁଖ୍ୟ ପରିବାରରେ" ପ୍ରତି ମାସରେ 2,000 ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ନା ଭାଗ୍ୟ ଯୋଜନା ମାଧ୍ୟମରେ 10,000 କୋଟି ଟଙ୍କା ପ୍ରଦାନ କରାଯାଇଛି ।
କର୍ଣ୍ଣାଟକ 2023-2024 ବଜେଟରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ପାଇଁ 37,587 କୋଟି, ମହିଳା ଏବଂ ଶିଶୁ ବିକାଶ ପାଇଁ 24,166 କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ମୋଟ ବଜେଟ୍ ଆବଣ୍ଟନର ଏହା ଯଥାକ୍ରମେ 11 ପ୍ରତିଶତ ଏବଂ 10 ପ୍ରତିଶତ ଅଟେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପାଇଁ 14,950 କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ମୋଟ ଆବଣ୍ଟନର 4% ଅଟେ ।












Click it and Unblock the Notifications