ବ୍ରାହ୍ମଣ ପୁଅଙ୍କୁ ବିବାହ କଲେ କନ୍ୟାଙ୍କୁ ମିଳିବ 3 ଲକ୍ଷ ଟଙ୍କା

କର୍ଣ୍ଣାଟକରେ ପ୍ରାୟ ଏକ ବର୍ଷ ପୂର୍ବେ ଗଠିତ ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ଦୁଇଟି ଯୋଜନା ପାଇଁ ଅନୁମୋଦନ ଦେଇଥିଲା। ଏହି ଯୋଜନା ଗୁଡିକର ନାମ ଅରୁନ୍ଧତୀ ଏବଂ ମୈତ୍ରୀ ଯୋଜନା ।

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବ୍ରାହ୍ମଣମାନଙ୍କ ଉନ୍ନତି ପାଇଁ ଦୁଇଟି ସରକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କର୍ଣ୍ଣାଟକରେ ପ୍ରାୟ ଏକ ବର୍ଷ ପୂର୍ବେ ଗଠିତ ରାଜ୍ୟ ବ୍ରାହ୍ମଣ ବିକାଶ ବୋର୍ଡ ଦୁଇଟି ଯୋଜନା ପାଇଁ ଅନୁମୋଦନ ଦେଇଥିଲା। ଏହି ଯୋଜନା ଗୁଡିକର ନାମ ଅରୁନ୍ଧତୀ ଏବଂ ମୈତ୍ରୀ ଯୋଜନା ।

Brahmin marriage

ପ୍ରଥମ ଯୋଜନାରେ 25 ବ୍ରାହ୍ମଣ ମହିଳାଙ୍କୁ 3 ଲକ୍ଷ ଟଙ୍କା ମୂଲ୍ୟର ଆର୍ଥିକ ବଣ୍ଡ ଦିଆଯିବ । ଏହି ଅର୍ଥ ସେହି ବ୍ରାହ୍ମଣ ମହିଳାମାନଙ୍କୁ ଦିଆଯିବ ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୁରୋହିତମାନଙ୍କୁ ବିବାହ କରିବେ । ସେହିପରି ଦ୍ୱିତୀୟ ଯୋଜନାରେ 550 ମହିଳାଙ୍କୁ 25-25 ହଜାର ଟଙ୍କା ଦିଆଯିବ । ଏହି ଅର୍ଥ ଯେଉଁମାନେ ନିଜ ସମ୍ପ୍ରଦାୟର ଆର୍ଥିକ ଦୁର୍ବଳ ପରିବାରରେ ବିବାହ କରିବେ ସେମାନଙ୍କୁ ଦିଆଯିବ ।

କର୍ଣ୍ଣାଟକରେ ବ୍ରାହ୍ମଣମାନଙ୍କର 3% ଜନସଂଖ୍ୟା ଅଛି:

କର୍ଣ୍ଣାଟକ ବ୍ରାହ୍ମଣ ବିକାଶ ବୋର୍ଡର ଚେୟାରମ୍ୟାନ୍ ତଥା ବିଜେପି ନେତା ଏଚ୍.ଏସ୍ ସଚ୍ଚିଦାନନ୍ଦ ମୁର୍ତ୍ତୀ କହିଛନ୍ତି ଯେ ସମାଜର ଦୁର୍ବଳ ବର୍ଗର ଉନ୍ନତି ପାଇଁ ଏହି ଯୋଜନାଗୁଡିକ ଅଣାଯାଇଛି । 25 ହଜାର ଟଙ୍କାର ବଣ୍ଡ ମୈତ୍ରୀ ଯୋଜନାରେ ମହିଳା ଏବଂ ଅରୁନ୍ଧତୀ ଯୋଜନାରେ 3 ଲକ୍ଷ ଟଙ୍କା ପ୍ରଦାନ କରାଯିବ।

କୁହାଯାଇଛି ଯେ କର୍ଣ୍ଣାଟକର ଜନସଂଖ୍ୟା ପ୍ରାୟ 6 କୋଟି। ଏଥି ମଧ୍ୟରୁ 3 ପ୍ରତିଶତ ଜନସଂଖ୍ୟା ବ୍ରାହ୍ମଣ ଅଟନ୍ତି। ମୁର୍ତ୍ତୀ ଏହା ମଧ୍ୟ କହିଛନ୍ତି ଯେ, ସରକାର ଏଥିପାଇଁ ୧୪ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହା ଗରିବ ବ୍ରାହ୍ମଣ ପରିବାରର ପିଲାଙ୍କ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+