କର୍ଣ୍ଣାଟକ ନିର୍ବାଚନ: ଅମିତ ଶାହାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା କଂଗ୍ରେସ

କର୍ଣ୍ଣାଟକ ନିର୍ବାଚନ: ଗୁରୁବାର କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ଡକ୍ଟର ପରମେଶ୍ୱର ଏବଂ ଡି.କେ ଶିବକୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଲି ଆୟୋଜକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଏହି ସମାବେଶରେ ଅମିତ ଶାହାଙ୍କୁ ଉତ୍ତେଜନାମୂଳକ ବିବୃତ୍ତି ତଥା ପ୍ରଚାର କରୁଥିବା ଅଭିଯୋଗ କରାଯାଇଛି ।

କଂଗ୍ରେସ ନେତାମାନେ ଅମିତ ଶାହା ଏବଂ ବିଜେପି ରାଲିର ଆୟୋଜକମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, 'ଶତ୍ରୁତା ଏବଂ ଘୃଣାକୁ ଦଳ ପ୍ରୋତ୍ସାହିତ କରୁଛି ଏବଂ ବିରୋଧୀଙ୍କୁ ବଦନାମ କରୁଛି"। ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ ଷ୍ଟେସନରେ କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ

ମଙ୍ଗଳବାର କର୍ଣ୍ଣାଟକର ବେଲଗାବି ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ କରେ ତେବେ ରାଜ୍ୟର ବିକାଶ 'ରିଭର୍ସ ଗିୟର'କୁ ଚାଲିଯିବ ଏବଂ ବଂଶବାଦ ରାଜନୀତି ଶୀର୍ଷରେ ପହଞ୍ଚିବା ସହ କର୍ଣ୍ଣାଟକରେ ଦଙ୍ଗା ହେବ । ଏହା ସହ ଶାହ କହିଛନ୍ତି ଯେ, କେବଳ ବିଜେପି ରାଜ୍ୟକୁ 'ନୂଆ କର୍ଣ୍ଣାଟକ' ଆଡକୁ ନେଇପାରିବ।

ଗୃହମନ୍ତ୍ରୀଙ୍କ ଏହି ବିବାଦିୟ ବୟାନକୁ ତୀବ୍ର ବିରୋଧ କରି କଂଗ୍ରେସ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି । ଏନେଇ କଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁର ହାଇଗ୍ରାଉଣ୍ତ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ନିର୍ବାଚନ କମିଶନରଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛି ।

ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି- 'ଯଦି ଭାରତର ଗୃହମନ୍ତ୍ରୀ ମିଥ୍ୟା ବିବୃତ୍ତି ଦିଅନ୍ତି ...' ତେବେ ଆଇନ ଶୃଙ୍ଖଳାକୁ କିଏ ସୁରକ୍ଷା ଦେବ? ଆମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛୁ । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି, ଯଦି ଜଣେ ସାଧାରଣ ଲୋତ ଏପରି ବୟାନ ଦେଇଥାନ୍ତା ତେବେ ସେ ନିହାରି ଗିରଫ ହୋଇଥାନ୍ତା । ସ୍ୱରାଷ୍ଚ୍ର ମନ୍ତ୍ରୀଙ୍କ ଏହି ଭାଷଣ ଉତ୍ତେଜନା ବଢାଇବା ସହ ଦଙ୍ଗା କରିବାକୁ ଉଦ୍ଦିଷ୍ଟ । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+