ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:୫ ମୃତ, ୧୩ ଆହତ

Karnataka Accident: କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ସଡ଼କ ଦୁର୍ଘଟଣାରେ ୫ ମୃତ
କର୍ଣ୍ଣାଟକର ୟାଦଗିରି ଜିଲ୍ଲାର ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ଏକ ଗାଡି ଧକ୍କା ଦେଇଥିଲା । ଯାହା ଫଳରେ ଗାଡ଼ିରେ ମଧ୍ୟରେ ବସିଥିବା ୫ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିଲା । ଏହାସହ ୧୩ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି ।

accident

ଅଧିକାରୀଙ୍କ ସୂଚନା ଅନୁସାରେ
ୟାଦଗିରିର ଡେପୁଟି ଏସପି କହିଛନ୍ତି ଯେ, ବାଲିଚକ୍ର କ୍ରସ ନିକଟରେ ଏହି ଘଟଣା ଘଟିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ବ୍ୟକ୍ତି ଆନ୍ଧ୍ରପ୍ରଦେଶର ନନ୍ଦିଆଲ ଜିଲ୍ଲାର ଭେଲଗୋଡୁ ଗାଁର ବାସିନ୍ଦା ।

ପୋଲିସର ସୂଚନାନୁସାରେ, ମଙ୍ଗଳବାର ସକାଳ ୪ ଟାରେ ଏହି ଘଟଣା ଘଟିଛି । ଦୁର୍ଘଟଣା ସମୟରେ ମୋଟ୍ ୧୮ ଜଣ ଗାଡ଼ିରେ ଉପସ୍ଥିତ ଥିଲେ । ଏହି ଭୟଙ୍କର ଦୁର୍ଘଟଣାରେ ଆହତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଇଚୁର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+