Karigil Vijay Diwas: କାର୍ଗିଲ ବିଜୟକୁ ୨୫ ବର୍ଷ, ଉଡିଥିଲା ତ୍ରିରଙ୍ଗା; ୧୩ ଓଡିଆଙ୍କ ସମେତ ୫୬୨ ସୁପୁତ୍ର ଦେଇଥିଲେ ବଳିଦାନ
Karigil Vijay Diwas 2024: କାର୍ଗିଲ ବିଜୟକୁ ୨୫ ବର୍ଷ । କାର୍ଗିଲ ଯୁଦ୍ଧର ୧୯୯୯ ମେ' ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା 'ଅପରେସନ ବିଜୟ' । ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା ।
ମେ ୩, ୧୯୯୯ରେ ଭାରତୀୟ ସେନାରୁ ଜୁଲାଇ ୨୬, ୧୯୯୯ ଏ ସେହି ଐତିହାସିକ ତାରିଖ ଯେବେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ କରିଥିଲା । ଆଜିକୁ ଠିକ ୨୫ ବର୍ଷ ତଳେ ଏସିଆ ମହାଦେଶର ଦୁଇ ପାରମ୍ପରିକ ଶତ୍ରୁ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲେ ଆରପାର ଲଢେଇ । ଲଢେଇ ସେତେବେଳେ ହୋଇଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାନ୍ତି ମୈତ୍ରୀ ଉପହାରକୁ ଛୁରା ମାରି ଭାରତର କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ପାକିସ୍ତାନ ସେନା । ଯାହାର ଟେର ପାଇନଥିଲା ଭାରତୀୟ ସେନା । ଆଉ ଯେତେବେଳେ ସେନା ଜାଣିଲା କାର୍ଗିଲକୁ କବଜ୍ଜା କରିନେଇଛି ପାକିସ୍ତାନ ସେଇଠୁ ଆରମ୍ଭ ହେଲା ଅପରେଶନ । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ଫରଫର ଉଡିଲା ତ୍ରୀରଙ୍ଗା । ଶୁଭିଲା ଭାରତ ମାତା କି ଜୟ ।
ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା 'ଅପରେସନ ବିଜୟ' ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା ।

କାର୍ଗିଲ ଯୁଦ୍ଧରେ ଶହୀଦ ଓଡ଼ିଆ ଯବାନ
- ୧- ମେଜର ପଦ୍ମପାଣି ଆଚାର୍ଯ୍ୟ
- ୨- ଡ୍ରାଇଭର ଗୋପିନାଥ ମହାପାତ୍ର
- ୩-ଫ୍ଲାଇଟ ଇଞ୍ଜିନିଅର ରାଜ କିଶୋର ସାହୁ
- ୪- ଲାନ୍ସ ନାଏକ ରାମ କୁମାର ପ୍ରଧାନ
- ୫- ନାଏକ ସଚିଦାନନ୍ଦ ମଲ୍ଲିକ
- ୬- ଲାନ୍ସ ନାଏକ ମାନସ ରଞ୍ଜନ ସାହୁ
- ୭- ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ
- ୮-ସର୍ଜଣ୍ଟ ରାଜ କିଶୋର ସାହୁ
- ୯- ଶ୍ରୀନିବାସ ପାତ୍ର
- ୧୦- ସିଗ୍ନାଲ ମ୍ୟାନ ରାଜନ ସାହୁ
- ୧୧- ଗଙ୍ଗାରାମ ଦାସ
- ୧୨- ବୁଧୁ ରାମ
- ୧୩- ନିରଞ୍ଜନ ବେହେରା
ଭାରତମାତାର ୫୬୨ ସୁପୁତ୍ର ଦେଇଥିଲେ ସର୍ବୋଚ୍ଚ ବଳିଦାନ...
କାର୍ଗିଲ ଯୁଦ୍ଧରେ ଭାରତର ୫୬୨ ବୀର ଯବାନ ହୋଇଥିଲେ ଶହୀଦ । ୧୪ ଶହ ରୁ ଅଧିକ ଯବାନ ହୋଇଥିଲେ ଆହତ । ସେପଟେ ଶତ୍ରୁ ପାକିସ୍ତାନର ମଧ୍ୟ ହୋଇଥିଲା ବିପୁଳ କ୍ଷତି। ଭାରତୀୟ ଯବାନଙ୍କ ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ୬ ଶହରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା ।
ପାକିସ୍ତାନର ଷଡଯନ୍ତ୍ର
ପାକିସ୍ତାନର ଏହି ଷଡଯନ୍ତ୍ରର ସୁରାକ ପାଇନଥିଲା ଭାରତ । ପାକିସ୍ତାନ ଯୋଜନାବଦ୍ଧ ଭାବେ ମିଶନ ପ୍ରସ୍ତୁତ କରିଥିଲା । କାର୍ଗିଲ ଦଖଲ କରିବା ପାଇଁ ପାକିସ୍ତାନ ୧୯୯୮ ନଭେମ୍ବର ମାସ ତଥା ଶୀତ ଆରମ୍ଭରୁ ରଣନୀତି ପ୍ରସ୍ତୁତ କରିଥିଲା । ଆଉ ମେ' ମାସରେ ଯୋଜନାକୁ ବାସ୍ତବ ରୂପ ଦେବାକୁ ଉଦ୍ୟମ କରିଥିଲେ ମୁଶାରଫ । ପ୍ରଥମେ ଗିଲଗିଟ ଓ ସ୍କର୍ଦୁ ଅଞ୍ଚଳରେ ମୁତୟନ ଥିବା ନିଜର ଫ୍ରଣ୍ଟୟର ଯବାନଙ୍କ ଛୁଟି ବାତିଲ କରିଥିଲା ପାକିସ୍ତାନ । କାରଣ ଅତ୍ୟଧିକ ଥଣ୍ଡା ପାଇଁ ଶୀତଦିନେ ପୋଷ୍ଟ ଛାଡି ସମସ୍ତ ଯବାନ ଛୁଟିରେ ଯାଇଥାନ୍ତି । ତେବେ ସେହି ବର୍ଷ ଯବାନଙ୍କ ଛୁଟି ବାତିଲ କରି ଛଦ୍ମବେଶରେ ୨ ଶହ ଯବାନଙ୍କୁ ପ୍ରଥମେ ଭାରତୀୟ ସୀମାରେ ଅନୁପ୍ରବେଶ କରାଇଥିଲା ପାକିସ୍ତାନ ।
କେମିତି ଜାଣିଲା ହିନ୍ଦୁସ୍ତାନ
ଭାରତୀୟ ସେନାକୁ ପାକିସ୍ତାନର ଏହି ଯୋଜାନବଦ୍ଧ ଷଡଯନ୍ତ୍ର ବିଷୟରେ କୌଣସି ପତ୍ତା ନଥିଲା । ତେବେ କିଛି ମେଷ ପାଳକ ଯେତେବେଳେ ସେହି ଅଞ୍ଚଳ ମେଷ ନେଇ ଯାଇଥିଲେ ଦେଖିଥିଲେ କୌଣସି ଅଜଣା ଲୋକ ଅସ୍ତ୍ରଶସ୍ତ୍ର ଧରି ଭାରତୀୟ ସୀମାରେ ଆଡ୍ଡା ଜମାଇଛନ୍ତି । ସେହି ଠାରୁ ମେଷ ପାଳକ ଆସି ଏହି ସୂଚନା ଭାରତୀୟ ସେନାକୁ ଦେଇଥିଲେ । ଭାରତୀୟ ସେନା ଖବର ପାଇବା ମାତ୍ରେ ୮ ମେ'ରେ ତୁରନ୍ତ ଅପରେସନ ବିଜୟ ଆରମ୍ଭ କରିଦେଇଥିଲା । ପୂର୍ବରୁ କୌଣସି ଯୁଦ୍ଧାଭ୍ୟାସ କରିନଥିବା ଭାରତୀୟ ସେନା ପାଇଁ ଏହା ଅତ୍ୟନ୍ତ କଠିନ ସ୍ଥିତି ଥିଲା । କାରଣ ଶତ୍ରୁ ପୁରା ଅସ୍ତ୍ରଶସ୍ତ୍ର ସହ କାର୍ଗିଲ ପାହାଡ ଉପରେ କବଜା କରିଥିବା ବେଳେ ଭାରତୀୟ ସେନା ଥିଲେ ପାହାଡ ତଳେ । ଯାହା ସେତେବେଳେ ଜବାବ ଦେବାପାଇଁ ଥିଲା ପୁରା କଠିନ । ତଥାପି ଭାରତ ମାତର ଅଖଣ୍ଡ ଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବିଜୟର ଧ୍ବନି ଦେଇ ଗର୍ଜନ ଛାଡିଥିଲେ ଭାରତର ବୀର ସୌର୍ଯ୍ୟ ।












Click it and Unblock the Notifications