କାର୍ଗିଲ ବିଜୟ ଦିବଶକୁ ୨୫ ବର୍ଷ, ଜାଣନ୍ତୁ କେତେ ଦିନ ଧରି ଚାଲିଥିଲା ଯୁଦ୍ଧ
Kargil Vijay Diwas: ଭାରତର ସ୍ମରଣୀୟ କାର୍ଗିଲ ଯୁଦ୍ଧକୁ ପୁରିଲା 25 ବର୍ଷ । ଏହି କାର୍ଗିଲ ଯୁଦ୍ଧରେ ଭାରତୀୟ ବୀର ଯବାନ ପାକିସ୍ତାନକୁ ପରାସ୍ତ କରି ଆସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା । ଯାହାକୁ ନେଇ ଆଜି ବି ଗର୍ବ କରେ ସାରେ ଦେଶ । ଭାରତୀୟ ନିୟନ୍ତ୍ରଣ ରେଖାରୁ (LoC) ରୁ ପାକିସ୍ତାନୀ ସୈନ୍ୟଙ୍କୁ ବିତାଡ଼ିତ କରିବା ପାଇଁ ହୋଇଥିବା କାର୍ଗିଲ୍ ଯୁଦ୍ଧ ମେ 1999 ରେ ଆରମ୍ଭ ହୋଇଥିଲା । 3 ମେ 1999 ରେ ଆରମ୍ଭ ହୋଇଥିବା କାର୍ଗିଲ ଯୁଦ୍ଧ 2 ମାସରୁ ଅଧିକ ସମୟ ଧରି 26 ଜୁଲାଇରେ ଶେଷ ହୋଇଥିଲା ।

26 ଜୁଲାଇ 1999 ରେ ଭାରତୀୟ ସେନା ଆନୁଷ୍ଠାନିକ ଭାବରେ ଯୁଦ୍ଧରେ ବିଜୟ ନେଇ ଘୋଷଣା କରିଥିଲା, ତେଣୁ ଭାରତୀୟ ଯବାନଙ୍କ ବଳିଦାନ, ତ୍ୟାଗ ଓ ବିଜୟଗାଥାକୁ ମନେ ପକାଇବା ପାଇ ପ୍ରତିବର୍ଷ 26 ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି । ମାଇନସ୍ ୧୦ଡିଗ୍ରୀ ସେଲସିୟସରେ କାର୍ଗିଲ ଯୁଦ୍ଧ ହୋଇଥିଲା ।
ସୂଚନାଥାଉ ଯେ, କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାର ୫୦୦ରୁ ଅଧିକ ଅଧିକାରୀ ଏବଂ ସୈନିକ ପ୍ରାଣ ହରାଇଥିଲେ ସେହିପରି କାର୍ଗିଲ ଯୁଦ୍ଧରେ ପ୍ରାୟ ୬୯୬ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ୧୯୪୭ ମସିହାରେ ଭାରତ ବିଭାଜନ ପୂର୍ବରୁ କାର୍ଗିଲ ଲଦାଖର ବାଲ୍ଟିସ୍ତାନ ଜିଲ୍ଲାର ଏକ ଅଂଶ ଥିଲା । କାଶ୍ମୀର ଯୁଦ୍ଧ ପରେ ଏହା ପ୍ରଥମେ LoC ରୁ ଅଲଗା ହୋଇଥିଲା ।
କାର୍ଗିଲ ଯୁଦ୍ଧରେ 2.50 ଲକ୍ଷରୁ ଅଧିକ ଗୁଳି, ବୋମା ଏବଂ ରକେଟ ବ୍ୟବହାର ହୋଇଥିଲା । ଯୁଦ୍ଧରେ ଭାରତୀୟ ବାୟୁସେନାର ମିଗ୍ -21 ଏବଂ ମିରାଜ୍ 2000 ବହୁଳ ଭାବରେ ବ୍ୟବହୃତ ହୋଇଥିଲା । 9. ଭାରତୀୟ ବାୟୁସେନା 26 ମେ 1999 ରେ କାର୍ଗିଲ ଯୁଦ୍ଧ ସମୟରେ 'ଅପରେସନ୍ ସଫେଡ୍ ସାଗର' ଆରମ୍ଭ କରିଥିଲା । ପାକିସ୍ତାନୀ ସୈନ୍ୟ ଉପରେ ଆକ୍ରମଣ କରିବା ପାଇଁ ଭାରତୀୟ ମିଗ୍ -21, ମିଗ୍ -27 ଏବଂ ମିରାଜ୍ 2000 ଭଳି ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା । ପରେ ଏହି ଯୁଦ୍ଧ ବିମାନରୁ ରକେଟ୍ ଏବଂ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ।












Click it and Unblock the Notifications