ଶ୍ରୀନଗର-କାର୍ଗିଲ ଦୁର୍ଘଟଣା: ଖାଇକୁ ଖସିଲା କ୍ୟାବ୍, 9 ମୃତ
ଶ୍ରୀନଗର-କାର୍ଗିଲ ହାଇୱେ ଦୁର୍ଘଟଣା । ଖାଇକୁ କ୍ୟାବ ଖସି 9 ଜଣଙ୍କର ମୃତ୍ୟୁ ଘଟିଛି । କ୍ୟାବର ଡ୍ରାଇଭର ଭାରସାମ୍ୟ ହରାଇବା ପରେ ଗାଡି ପ୍ରାୟ 1200 ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା ।
ଶ୍ରୀନଗର: ଶ୍ରୀନଗର-କାର୍ଗିଲ ହାଇୱେ ଦୁର୍ଘଟଣା । ଖାଇକୁ କ୍ୟାବ ଖସି 9 ଜଣଙ୍କର ମୃତ୍ୟୁ ଘଟିଛି । କ୍ୟାବର ଡ୍ରାଇଭର ଭାରସାମ୍ୟ ହରାଇବା ପରେ ଗାଡି ପ୍ରାୟ 1200 ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ବୁଧବାର ସଂଧ୍ୟାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ପୋଲିସ ପ୍ରଥମେ 7ଟି ମୃତଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଏହାପରେ ଗୁରୁବାର ସକାଳୁ ଆଉ 2ଜଣଙ୍କ ମୃତଦେହ ଉଦ୍ଧାର କରିଛି । ମୃତକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ 2 ଜଣ ଜମ୍ମୁକାଶ୍ମୀର ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ସୂଚନା ଥାଉ କି ଟ୍ରାଫିକ ଆଡଭାଇଜରି ଅନୁସାରେ କାର୍ଗିଲରୁ ଶ୍ରୀନଗର ଯିବାକୁ ହେଲେ ସକାଳରୁ 6ଟାରୁ ଯାତ୍ରା ଆରମ୍ଭ କରିବା ଆବଶ୍ୟକ । ମାତ୍ର ଏହି ଯାତ୍ରୀବାହୀ ଯାନଟି ଟ୍ରାଫିକ ନିୟମ ଉଲ୍ଲଘଂନ କରି ଯାତ୍ରା ଆରମ୍ଭ କରିଥିଲା । ସନ୍ଧ୍ୟା ସମୟରେ ଡ୍ରାଇଭର ସନ୍ତୁଳନ ରକ୍ଷା କରିନପାରିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ।












Click it and Unblock the Notifications