ଯବାନଙ୍କୁ ପିଟିଲେ କାଓ୍ବଡ଼ିଆ
ପବିତ୍ର ଶ୍ରାବଣ ମାସରେ ସାରା ଦେଶରେ କାଓ୍ବଡ଼ ଯାତ୍ରା ( ଓଡ଼ିଶାରେ ବୋଲବମ) ଚାଲିଛି । ଅଧିକାଂଶ ସ୍ଥାନରେ ଶାନ୍ତିପୂର୍ଣ୍ଣଭାବେ ଯାତ୍ରା ଜାରି ରହିଥିବାବେଳେ କେତେକ ସ୍ଥାନରେ ଦୁର୍ଘଟଣା ଓ କାଓ୍ବଡ଼ିଆଙ୍କ ଉତ୍ପାଦ ଖବର ଆସୁଛି । ଉତ୍ତର ପ୍ରଦେଶର ମିର୍ଜାପୁରର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ କାଓ୍ବଡ଼ିଆମାନେ ଜଣେ ସିଆରପିଏଫ ଯବାନଙ୍କୁ ମାରୁଥିବାର ଦେଖାଯାଉଛି। ଲଢ଼େଇର ଭିଡିଓ ଭାଇରାଲ ହେବା ପରେ, ଆରପିଏଫ ତିନି ଜଣ କାଓ୍ବଡ଼ିଆଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ ମିର୍ଜାପୁର ରେଳ ଷ୍ଟେସନରେ କାଓ୍ବଡ଼ିଆମାନେ ଜଣେ ସିଆରପିଏଫ ଯବାନଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯବାନଜଣକ ୟୁନିଫର୍ମ ପିନ୍ଧିଥିଲେ । ଯବାନ ଜଣକ ମିର୍ଜାପୁରରୁ ମଣିପୁର ଯିବା ପାଇଁ ବ୍ରହ୍ମପୁତ୍ର ଟ୍ରେନରେ ଚଢ଼ିବାକୁ ଯାଉଥିଲେ। ଏହା ପୂର୍ବରୁ, ଏହି କାଓ୍ବଡ଼ିଆ ଗୋଷ୍ଠୀ ସହିତ ତାଙ୍କର କିଛି ଝଗଡ଼ା ହୋଇଥିଲା। ଏଥିରେ କାଓ୍ବଡ଼ିଆମାନେ ରାଗି ଯାଇଥିଲେ ଓ ଜବାନଙ୍କୁ ମାଡ଼ ମାରିଥିଲେ ।












Click it and Unblock the Notifications