ବୋଲବମ ଧ୍ଵନୀ ଦେଇ ଯାଉଥିଲେ ଦୁଇ ହଜାର କାଉଡ଼ିଆ; ମସଜିଦ ପାଖରୁ ହେଲା ଆଖିବୁଜା ପଥର ମାଡ

ବୋଲବମ ଧ୍ଵନୀରେ ଚାରିଆଡେ ହେଉଥିଲା ପ୍ରକମ୍ପିତ। ମହାଦେବଙ୍କୁ ଆରାଧନା କରି ଯାଉଥିଲେ କାଉଡ଼ିଆ। ଭାବ ଓ ଭକ୍ତିର ସମୁଦ୍ରରେ ବାନ୍ଧି ହୋଇ ସମସ୍ତେ ପ୍ରଭୁ ଶିବଙ୍କ ନାମ ଜପୁଥିଲେ। ପ୍ରାୟ ଦୁଇ ହଜାର କାଉଡ଼ିଆ ଏକାଠି ହୋଇ ଯାଉଥିଲେ। ହେଲେ ଏତିକି ବେଳେ ଘଟିଥିଲା ଅଘଟଣ।

ନଦୀରୁ ପାଣି ଉଠାଇବାକୁ ଯାଉଥିବା ହଜାର କାଉଡିଆଙ୍କ ଉପରକୁ ମସଜିଦ ସମେତ ଲୋକଙ୍କ ଝରକାରୁ ତଥା ଛାତ ଉପରୁ ଭିନ୍ନ ସମ୍ପ୍ରଦାୟର ଲୋକେ ପଥର ମାଡ଼ କଲେ । ଏଥିରେ ବହୁ କାଉଡ଼ିଆ ଆହତ ହେଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଜଣାଯାଇଛି। ଗତକାଲି ଉତ୍ତରପ୍ରଦେଶର ବରେଲିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି।

KANWARIYAS

କାଉଡିଆ ଜଳ ଆଣିବା ନିମନ୍ତେ କଛଲା ଘାଟ ଅଭିମୁଖେ ଯାଉଥିଲେ। ସେମାନେ ଶାହନୁରୀ ମସଜିଦ୍‌ ନିକଟ ରାସ୍ତା ଅତିକ୍ରମ କରୁଥିବା ବେଳେ ଚାରିଆଡ଼ୁ ପଥର ମାଡ଼ ଆରମ୍ଭ ହୋଇଥିଲା।

ମସଜିଦ୍‌ ସମେତ ଆଖପାଖ ଘର ଓ ଛାତ ଉପରୁ ଆଖିବୁଜା ପଥର ମାଡ଼ ହେଲା। ଏଥିରେ ବହୁ କାଉଡିଆ ଆହତ ହୋଇଥିବା ବେଳେ କିଛି ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ ତୁରନ୍ ପୁଲିସ୍‌ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛିବା ସହ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ ଆରମ୍ଭ କରିଛି। ଏଥିସହ ଅଘଟଣ ଆଶଙ୍କାରେ ଘଟଣାସ୍ଥଳରେ ବହୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+