ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ; ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଆଉ ପାଞ୍ଚ ଜଣ

ନୂଆଦିଲ୍ଲୀ: ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ। ଘଟଣାରେ ୫ଜଣ ମଧ୍ୟ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶ ମିରଟରେ ଏହି ଅଘଟଣ ଘଟିଛି।ଜଳଲାଗି ପାଇଁ ଗାଡ଼ିରେ ଯାଉଥିବା ବେଳେ ୧୧ କେଭି ବିଦ୍ୟୁତ ତାର ଲାଗିଥିଲା। ଏହି ଘଟଣା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି।

ହରିଦ୍ୱାର ସ୍ଥିତ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ କାଉଡ଼ିଆମାନେ । ତେବେ ଗାଡ଼ି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତଳକୁ ଓହଳି ରହିଥିବା ୧୧ କେଭିର ଏକ ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା ।

KANWARIYAS

ଫଳରେ ମନୀଷ ନାମକ ଜଣେ କାଉଡ଼ିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପାରେ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଗୁରୁତର ହୋଇଥିବା ୫ କାଉଡ଼ିଆଙ୍କୁ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବା ଜଣାପଡ଼ିଛି ।

ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତ ବିଦ୍ୟୁତ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି ହୋଇଛି। ଏହି ଘଟଣା ପରେ ଚୌହାନ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ଗତ ମାସରେ ରଥଯାତ୍ରା ଦିନ ତ୍ରିପୁରାର ଉନାକୋଟି ଜିଲ୍ଲାରେ ରଥ ଉଚ୍ଚ ବିଦ୍ୟୁତ୍ ତାର ସଂସ୍ପର୍ଶ ଆସିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+