ଦିଲ୍ଲୀର ସୁଲତାନପୁରୀ କଞ୍ଜୱାଲା ମାମଲା: ଅଞ୍ଜଳିଙ୍କ ସ୍କୁଟି ପଛରେ ବସିଥିଲେ ଆଉ ଜଣେ ଯୁବତୀ
ଦିଲ୍ଲୀର ସୁଲତାନପୁରୀ କଞ୍ଜୱାଲା ମାମଲା: ଅଞ୍ଜଳିଙ୍କ ସ୍କୁଟି ପଛରେ ବସିଥିଲେ ଆଉ ଜଣେ ଯୁବତୀ
Delhi Girl Dragged Case: ଦିଲ୍ଲୀର ସୁଲତାନପୁରୀ କଞ୍ଜୱାଲା ଅଞ୍ଚଳରେ ଜଣେ ଯୁବତୀଙ୍କୁ କାରରେ ଘୋଷାଡି ନେଇଥିବା ମାମଲାର ତଦନ୍ତ ଜାରି ରହିଛି । ଏହି ମାମଲାରେ ପୋଲିସ ବର୍ତ୍ତମାନ ପାଞ୍ଚ ଅଭିଯୁକ୍ତଙ୍କ ରକ୍ତ ନମୁନାକୁ ଫୋରେନସିକ ସାଇନ୍ସ ଲାବୋରେଟୋରୀକୁ ଯାଞ୍ଚ ପାଇଁ ପଠାଇଛି । ଯାହା ପରେ ଦୁର୍ଘଟଣା ସମୟରେ ସେ ମଦ୍ୟପାନ କରିଥଲେ କି ନାହିଁ ପ୍ରମାଣ ହେବ । ତେବେ ବିଶେଷ ସୁତ୍ରରୁ ସୂଚନା ରହିଛି ଯେ କେବଳ ଦୁଇଜଣ ଅଭିଯୁକ୍ତ ଦୀପକ ଏବଂ ଅମିତ ମଦ୍ୟପାନ କରିଥିଲେ ।
ସୂଚନା ଏହା ମଧ୍ୟ ରହିଛି ଯେ, ଘଟଣା ଦିନ ଅଞ୍ଜଳିଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ସ୍କୁଟି ପଛରେ ବସିଥିଲେ । ପୋଲିସର ତଦନ୍ତ ରିପୋର୍ଟ ଅନୁସାରେ, ଅନ୍ୟ ଯୁବତୀଙ୍କୁ ସାମାନ୍ୟ ଆଘାତ ଲାଗିଛି । ଏହା ପରେ ସେ ଘଟଣାସ୍ଥଳରୁ ନିଜ ଘରକୁ ପଳାଇଥିଲେ । ଦ୍ୱିତୀୟ ଯୁବତୀଙ୍କୁ ପୋଲିସ ଟ୍ରେସ୍ କରିସାରିଛି ଖୁବଶୀଘ୍ର ତାଙ୍କ ବୟାନ ରେକର୍ଡ କରାଯିବ ।

କାରରେ ଚାଲିଥିଲା ଲିକର୍ ପାର୍ଟି !
ସୂଚନାନୁସାରେ, ଅଭିଯୁକ୍ତ ମାନେ କାରରେ ନୂଆ ବର୍ଷର ଲିକର୍ ପାର୍ଟି କରିବା ପରେ ମନୋଜ ମିତ୍ତଲଙ୍କୁ ଘରକୁ ଛାଡିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗାଡି ବ୍ୟାକ୍ କରିବା ସମୟରେ ହିଁ ଅଞ୍ଜଳିଙ୍କ ଗୋଡ ଦୁର୍ବୃତ୍ତଙ୍କ କାରରେ ଫସି ଯାଇଥିଲା । ଯାହା ପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ଗାଡିରେ ଘୋଷାଡି ନେଇଥିଲେ । ଗାଡି ୟୁଟର୍ଣ୍ଣ କରିବା ସମୟରେ ଯୁବତୀଙ୍କ ହାତ ଦେଖିବା ପାଇଁ ପାଇଥିଲେ ଜଣେ ଅଭିଯୁକ୍ତ ଏହା ପରେ ଗାଡିରୁ ଓହ୍ଲାଇ ଦେଖିଥିଲେ ହେଲେ ସେତେବେଳକୁ ଅଞ୍ଜଳିଙ୍କପ ମୃତ୍ୟୁ ହୋଇସାରିଥିଲା ବୋଲି କହିଛନ୍ତି ୫ ଅଭିଯୁକ୍ତ । ଯାହା ପରେ ଭୟରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୩ ବର୍ଷର ଝିଅର ମା 'ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ପୂର୍ବରୁ ତାଙ୍କ ଝିଅ ସହ ବଳାତ୍କାର କରାଯାଇଥିଲା । ଏହି ଘଟଣାର ଗୁରୁତର ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଏହା ପରେ ଜାତୀୟ ମହିଳା ଆୟୋଗ ମଧ୍ୟ ପୋଲିସକୁ ଚିଠି ଲେଖି ଏହି ଘଟଣାର ଶୀଘ୍ର ଏବଂ ସଠିକ୍ ତଦନ୍ତ ଦାବି କରିଛନ୍ତି । ପୀଡିତାଙ୍କ ପୋଷ୍ଟମର୍ଟମ ହେଉ ବୋଲି ଦାବି କରାଯାଉଛି ।
ବାସ୍ତବରେ, ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ର ମଧ୍ୟବର୍ତ୍ତୀ ରାତିରେ ଦିଲ୍ଲୀର କଞ୍ଝାବଲାରେ ଦୁର୍ଘଟଣାରେ ଜଣେ ମହିଳାଙ୍କୁ କାରରେ ଟାଣି ନେବା ଫଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି ।












Click it and Unblock the Notifications