ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ହୋଇ ନାହିଁ ଦୁଷ୍କର୍ମ, FSL ରିପୋର୍ଟକୁ ଅପେକ୍ଷା
ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ହୋଇ ନାହିଁ ଦୁଷ୍କର୍ମ, FSL ରିପୋର୍ଟକୁ ଅପେକ୍ଷା
kanjhawala accident case: କଞ୍ଜୱାଲା ହତ୍ୟା ମାମଲା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ସୂତ୍ର ଅନୁସାରେ ପୋଷ୍ଟ ରିପୋର୍ଟରେ ବଳାତ୍କାର ହୋଇ ନାହିଁ ବୋଲି ସ୍ପଷ୍ଟ ହୋଇଛି । ତେବେ ରିପୋର୍ଟ ଏପର୍ଯ୍ୟନ୍ତ ପୋଲିସ ନିକଟରେ ଦାଖଲ ହୋଇନାହିଁ । ବର୍ତ୍ତମାନ FSL ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଜାନୁଆରୀ ୨ ତାରିଖରେ ମୌଲାନା ଆଜାଦ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପୋଷ୍ଟମର୍ଟମ ମେଡିକାଲ ବୋର୍ଡ ମାଧ୍ୟମରେ କରାଯାଇଥିବା ନେଇ ସୂଚନା ରହିଛି । ପରିବାର ସଦସ୍ୟ ନିଜ ଝିଅ ଅଞ୍ଜଳିଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ । ଏହା ପରେ ଜାତୀୟ ମହିଳା ଆୟୋଗ ମଧ୍ୟ ଦିଲ୍ଲୀ ପୋଲିସକୁ ଚିଠି ଲେଖି ପୀଡିତାଙ୍କର ପୋଷ୍ଟମର୍ଟମ କରିବା ପାଇଁ ଦାବି କରିଥିଲେ ।

ପୋଷ୍ଟମର୍ଟମ ରିପୋର୍ଟ ଖୁବ ଶୀଘ୍ର ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯିବ। ଯୁବତୀଙ୍କର ଜିନ୍ସ ଏବଂ ସ୍ୱାବକୁ ସୁରକ୍ଷିତ ରଖାଯାଇଛି କାରଣ ଆଉ କିଛି ସମୟ ମଧ୍ୟରେ ଯୁବତୀଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବା ପାଇଁ ଯାଉଛି । ଦିଲ୍ଲୀ ପୋଲିସ ଲଗାତାର ଏହି ମାମଲାର ଯାଞ୍ଚ କରୁଛି । ରିପୋର୍ଟ ଆସିବା ପରେ ହିଁ ପୋଲିସକୁ ଏହି ମାମଲାର ଆଉ କିଛି ତଥ୍ୟ ମିଳିପାରିବ ।
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଗୃହ ମନ୍ତ୍ରଣାଳୟରେ ପହଞ୍ଚି ସେଠାରେ ଗୃହ ସଚିବ ଅଜୟ ଭଲାଙ୍କୁ ଭେଟିବେ। ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ କଞ୍ଜୱାଲା ମାମଲାରେ ଦିଲ୍ଲୀ ପୋଲିସଠାରୁ ରିପୋର୍ଟ ମଗାଯାଇଥିଲା












Click it and Unblock the Notifications