କଞ୍ଜୱାଲା ଦୁର୍ଘଟଣା ମାମଲା: କାର ମାଲିକ ଗିରଫ
କଞ୍ଜୱାଲା ଦୁର୍ଘଟଣା ମାମଲା: କାର ମାଲିକ ଗିରଫ, ୨୦ ବର୍ଷିୟ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡି଼ ନେଇଥିବା ବାଲେନୋ କାରର ମାଲିକଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଦିନ ଗିରଫ କରିଛି । ନୂଆ ବର୍ଷ ଦିନ ଅଞ୍ଜଳି ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା
kanjhawala accident case: କଞ୍ଜୱାଲା ଦୁର୍ଘଟଣା ମାମଲା । ୨୦ ବର୍ଷିୟ ଅଞ୍ଜଳିଙ୍କୁ ୧୩ କିମି ପର୍ଯ୍ୟନ୍ତ ଘୋଷାଡି଼ ନେଇଥିବା ବାଲେନୋ କାରର ମାଲିକଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଦିନ ଗିରଫ କରିଛି । ନୂଆ ବର୍ଷ ଦିନ ଅଞ୍ଜଳି ନିଜ ବନ୍ଧୁଙ୍କ ସହ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । କାରଟି ତାଙ୍କୁ ଧକ୍କା ଦେଇଥିବା ଫଳରେ ତାଙ୍କର ଗୋଡ କାରର ଚକରେ ଲାଗିଯାଇଥିଲା ଏବଂ ସେ ଘୋଷାଡି ହୋଇ ଟାଣି ହୋଇଯାଇଥିଲେ । ଘଟଣାସ୍ଥଳରୁ ବନ୍ଧୁ ନିଧି ତାଙ୍କୁ ଛାଡି ପଳାଇ ଯାଇଥିଲେ ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଅଞ୍ଜଳିଙ୍କ ଖପୁରୀ ଭାଙ୍ଗି ଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ବର୍ତ୍ତମାନ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭଯୁକ୍ତଙ୍କୁ ୩ ଦିନିଆ ପୋଲିସ ହେପାଜତକୁ ପଠାଯାଇ ସେମାନଙ୍କ ରକ୍ତ ନମୁନା ନିଆଯାଇଛି । ତେବେ ଦୁର୍ଘଟଣା ସମୟରେ ଅଭିଯୁକ୍ତ ମାନ ମଦ୍ୟପାନ କରିଥିଲେ କି ନାହିଁ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ସାଥିରେ ଥିବା ଅଞ୍ଜଳିଙ୍କ ବନ୍ଧୁ ନିଧି କହିଛନ୍ତି, କାରଟି ସ୍କୁଟିକୁ ଧକ୍କା ଦେବା ପରେ ଅଞ୍ଜଳିଙ୍କ ଗୋଡ କାର ମଧ୍ୟରେ ଫସି ଯାଇଥିଲା ହେଲେ କାର ଚାଳକ ଗାଡିକୁ ଅଟକାଇ ନଥିଲେ । ଏହା ଦେଖି ସେ ଖୁବ ଭୟବିତ ହୋଇ ପଡିଥିଲେ ଏବଂ କାହାକୁ କିଛି ନ କହି ଘରକୁ ପଳାଇଯାଇଥିଲେ ।












Click it and Unblock the Notifications