; ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ,ବିଜେପିରେ ସାମିଲ୍ ହୋଇ ଯାଆନ୍ତୁ,ଆପଣ ବି ବାଜପେୟୀ ହୋଇ ପାରିବେ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ସେ ବିଦେଶୀ ଅତିଥିଙ୍କୁ ବିରୋଧୀ ଦଳ ନେତାଙ୍କ ସହ ଭେଟିବାକୁ ଦେଉ ନାହାନ୍ତି। କିନ୍ତୁ ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂଙ୍କ ସମୟରେ ଏହି ପରମ୍ପରା ଥିଲା।ରାହୁଲଙ୍କ ଏହି ଅଭିଯୋଗ ଉପରେ ଜବାବ ଦେଇ ବିଜେପି ସାଂସଦ କଙ୍ଗନା ରଣାଓ୍ଵତ କହିଛନ୍ତି, ଦେଶ ପାଇଁ ରାହୁଲ ଗାନ୍ଧୀଙ୍କ ଭାବନା ବହୁତ ସନ୍ଦିଗ୍ଧ। ରାହୁଲ ଗାନ୍ଧୀ ବିଜେପିରେ ଯୋଗ ଦିଅନ୍ତୁ। ଏମିତି ହେଲେ ଅଟଳ ବିହାରୀ ବାଜପେୟୀ ହୋଇ ପାରିବେ। ତେଣୁ ସେ ବିଜେପିରେ ସାମିଲ୍ ହୋଇଯିବେ।

ରାହୁଲ ଗାନ୍ଧୀଙ୍କ ଆରୋପ ଉପରେ କଙ୍ଗନା ଏଏନଆଇ ସହ ଆଲୋଚନା ବେଳେ କହିଛନ୍ତି, ସରକାର ନିଜ ନିଷ୍ପତ୍ତି ନେଇଥାନ୍ତି। ଅଟଳ ଜୀ ଜାତୀୟ ସଂପତ୍ତି ଥିଲେ। ପୂରା ଦେଶ ତାଙ୍କ ଉପରେ ଗର୍ବିତ। ମାତ୍ର ରାହୁଲ ଗାନ୍ଧୀଙ୍କ ଦେଶ ପ୍ରତି ତାଙ୍କ ଭାବନା ବହୁତ ସନ୍ଦିଗ୍ଧ ରହିଛି। ଅନ୍ତର୍ଜାତୀୟରେ ଷଡ଼ଯନ୍ତ୍ର ରଚା ଯାଉଛି, ସେ ଦଙ୍ଗା ହେଉ କି ଦେଶକୁ ବିଭାଜନ କରିବା ହେଉ।

ସବୁ ସନ୍ଦିଗ୍ଧ। ଯଦି ରାହୁଲ ଗାନ୍ଧୀ ନିଜକୁ ଅଟଳ ଜୀଙ୍କ ସହ ତୁଳନା କରୁଛନ୍ତି ତେବେ ମୋର ପ୍ରସ୍ତାବ ଆପଣ ବିଜେପିରେ ଯୋଗ ଦିଅନ୍ତୁ। ଭଗବାନ ଆପଣଙ୍କୁ ଜନ୍ମ ଦେଇଛନ୍ତି, ଜୀବନ ଦେଇଛନ୍ତି। ଆପଣ ମଧ୍ୟ ଅଟଳ ହୋଇ ପାରିବେ, ଆପଣ ବିଜେପିରେ ସାମିଲ୍ ହୋଇ ଯାଆନ୍ତୁ।

kangana

ଉଲ୍ଲେଖନୀୟ କେନ୍ଦ୍ର ସରକାରଙ୍କ ଉପରେ ହମଲା କରି ରାହୁଲ ଗାନ୍ଧୀ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ସରକାର ବିରୋଧୀ ନେତାଙ୍କୁ ବିଦେଶୀ ଗଣମାନ୍ୟ ଅତିଥିଙ୍କ ସହ ଭେଟିବାକୁ ଦେଉ ନାହାନ୍ତି। ପୂର୍ବରୁ ଯେଉଁ ବିଦେଶୀ ଅତିଥି ଆସୁଥିଲେ, ସେମାନଙ୍କୁ ବିରୋଧୀ ଦଳ ନେତାଙ୍କ ସହ ଭେଟିବାକୁ ଦିଆଯାଉଥିଲା।

ଏହି ପରମ୍ପରା ମୋଦୀ ସରକାର ଆସିବା ପୂର୍ବରୁ ଜାରି ରହିଥିଲା। ମାତ୍ର ଏବେ ଭେଟିବାକୁ ଦିଆଯାଉନି। ବିରୋଧୀ ଦଳର ଅଲଗା ଦୃଷ୍ଟିକୋଣ ରହିଥାଏ ବୋଲି ରାହୁଲ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+