କଙ୍ଗନାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ବିକ୍ରମାଦିତ୍ୟ !
ନୂଆଦିଲ୍ଲୀ : ଲୋକ ସଭା ନିର୍ବାଚନ ପାଇଁ ଦେଶରେ ଏବେ ମାହୋଲ ରହିଛି ବେସ୍ ସରଗରମ । ବିଶେଷ କରି ବିଜେପି ୪୦୦ ପାରର ନାରା ଦେଇ ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି । ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଣ୍ଡିରୁ ବିଜେପି ଟିକେଟ୍ ଦେଇଛି । ତେବେ ଟିକେଟ୍ ଦେବା ପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ । ଏବେ ତାଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା ହୋଇଛି । କଂଗ୍ରେସ ପକ୍ଷରୁ ମଣ୍ଡି ଆସନରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବିକ୍ରମାଦିତ୍ୟ ସିଂ ।
ହିମାଚଳ ପ୍ରଦେଶର କଂଗ୍ରେସ ସଭାପତି ପ୍ରତିଭା ସିଂ ଏହି ଘୋଷଣା କରିଛନ୍ତି । ତାଙ୍କ ନାମ ଏପର୍ଯ୍ୟନ୍ତ ଦଳ ପକ୍ଷରୁ ଅଧିକାରୀକ ଭାବେ ଘୋଷଣା କରାଯାଇ ନାହିଁ । ମଣ୍ଡି ଲୋକସଭା ଆସନରୁ ବିକ୍ରମାଦିତ୍ୟ ନିର୍ବାଚନ ଲଢ଼ିବା ନେଇ ତାଙ୍କ ମା' ତଥା ହିମାଚଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପ୍ରତିଭା ସିଂହ ଘୋଷଣା କରିଛନ୍ତି । ବର୍ତ୍ତମାନ ମଣ୍ଡିର ଏମପି ଅଛନ୍ତି ପ୍ରତିଭା ସିଂହ ।

ପ୍ରତିଭା କହିଛନ୍ତି, ପୁଅ ଲଢିବା ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଜଣାଇଛି । କିନ୍ତୁ ଏନେଇ କଂଗ୍ରେସ ତରଫରୁ କୌଣସି ସରକାରୀ ସ୍ତରରେ ଘୋଷଣା କରାଯାଇ ନାହିଁ । ପ୍ରତୀଭା ସିଂ ଆହୁରି କହିଛନ୍ତି ଯେ, "ଏହି ଆସନ ପାଇଁ ବିକ୍ରମାଦିତ୍ୟ ସିଂ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ହେବେ । କଙ୍ଗନା କ'ଣ କରୁଛନ୍ତି କିମ୍ବା କହୁଛନ୍ତି, ଆମେ ସେ ବିଷୟରେ ଚିନ୍ତା କରୁନାହୁଁ । ମଣ୍ଡିର ଲୋକମାନେ ସବୁବେଳେ ଆମ ସହ ଅଛନ୍ତି । ମୁଁ କଠିନ ସମୟରେ ବି ନିର୍ବାଚନ ଜିତିଛି । ଏବେ ମୁଁ ଆଉ ନିର୍ବାଚନ ଲଢ଼ିବାକୁ ଚାହୁନାହିଁ । ସେଥିପାଇଁ ମୋ ପୁଅକୁ ପ୍ରାର୍ଥୀ କରିବାକୁ ଚାହୁଛି ।"












Click it and Unblock the Notifications