‘ଦେଶରେ ମୋଦୀ ଲହର ଚାଲିଛି’
ଭବନେଶ୍ୱର: ଓଡ଼ିଶା ସମେତ ଦେଶରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଆଜି ଶେଷ ପର୍ଯ୍ୟାୟ ଭୋଟିଂରେ ମତଦାନ କଲେ କଙ୍ଗନା ରଣାୱତ । ମତଦାନ ପରେ ସେ କହିଛନ୍ତି, ଆମେ ମୋଦୀଜୀଙ୍କର ସେନା, କଙ୍ଗନା କହିଛନ୍ତି ଯେ ଗଣତନ୍ତ୍ରର ମହାନ ପର୍ବରେ ଉତ୍ସାହର ସହ ଅଂଶଗ୍ରହଣ କରିବା ପାଇଁ ଆପଣ ସମସ୍ତଙ୍କୁ ଅନୁରୋଧ । ସମଗ୍ର ହିମାଚଳ ପ୍ରଦେଶରେ ମୋଦୀ ଲହର ରହିଛି ।
ସୂଚନା ଯୋଗ୍ୟ ଯେ, ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତ ମଣ୍ଡିର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । କଂଗ୍ରେସ ଏହି ଲୋକସଭା ଆସନରୁ ବିକ୍ରମାଦିତ୍ୟ ସିଂଙ୍କୁ ପ୍ରାର୍ଥୀ କରିଛି ।

ଭୋଟ୍ ଦେବା ପରେ କଙ୍ଗନା ରାନାୱତ କହିଛନ୍ତି ଯେ ମୁଁ ଗଣତନ୍ତ୍ରର ପର୍ବରେ ଭାଗ ନେବାକୁ ଏବଂ ସେମାନଙ୍କର ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବାକୁ ଲୋକଙ୍କୁ ନିବେଦନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲହର ଦେଶରେ ଜାରି ରହିଥିବା ସେ କହିଛନ୍ତି ।












Click it and Unblock the Notifications