ସାଂସଦ ହେବା ପରେ କଙ୍ଗନାଙ୍କୁ 'CISF ଯବାନ' ମାରିଲେ ଚାପୁଡା

Kangana Ranaut Slapped: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଛନ୍ତି। ଅଭିନେତ୍ରୀ ଏପରି ଅଭିଯୋଗ ଆଣିଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଚାପୁଡ଼ା ମାରିଥିବା CISF ଯବାନ ଜଣଙ୍କ ନାଁ କୁଲବିନ୍ଦର କୌର ବୋଲି କୁହାଯାଉଛି।

କଙ୍ଗନା ରଣାୱତଙ୍କ ରାଜନୈତୀକ ପରାମର୍ଶଦାତାଙ୍କ ଅନୁଯାୟୀ, ଜଣେ ସିଏସ୍ଏଫ୍ ମହିଳା ଯବାନ ଚଣ୍ଡିଗଡ଼ ବିମାନବନ୍ଦର ଭିତରେ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିଥିଲେ। ଯାହା ପରେ କଙ୍ଗନାଙ୍କ ଟିମ୍ ପକ୍ଷରୁ ଦାବି କରାଯାଇଥିଲା ଯେ, ଉକ୍ତ ସିଏସ୍ଏଫ୍ ଯବାନଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦାବି କରାଯାଇଛି ଯେ କୃଷକ ଆନ୍ଦୋଳନ ବିରୋଧରେ କହିଥିବାରୁ ସିଏସ୍ଏଫ୍ ଗାର୍ଡ କଙ୍ଗନା ରଣାୱତଙ୍କ ଉପରେ ରାଗିଯାଇ ହାତ ଉଠାଇଥିଲେ ।

Kangana Ranaut

ସୂଚନାଥାଉ ଯେ, ମଣ୍ଡି ଲୋକସଭା ଆସନରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ରଣାୱତ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଅନ୍ୟପଟେ ଚଣ୍ଡିଗଡ଼ ବିମାନବନ୍ଦରରୁ ଚାପୁଡ଼ା ମାରିବା ଖବର ଚର୍ଚ୍ଚାରେ ଅଛି । ସୋସିଆଲ ମିଡିଆରେ ଫଟୋ ସେୟାର କରି କଙ୍ଗନା ଦିଲ୍ଲୀ ଗସ୍ତ କରୁଥିବା ନେଇ ସୂଚନା ଦେଇଥିଲେ । କଙ୍ଗନା ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଫଟୋ ସେୟାର କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+