ମୋତେ ଦୁଷ୍କର୍ମର ଧମକ ମିଳୁଛି, ହେଲେ ମୋ ସ୍ୱର କେହି ବନ୍ଦ କରିପାରିବେ ନାହିଁ: କଙ୍ଗନା ରଣାୱତ
Kangana Ranaut: ପଞ୍ଜାବର ପୂର୍ବତନ ସାଂସଦ ସମରଜିତ ସିଂହ ମାନଙ୍କ ବିବାଦିୟ ବୟାନ ପରେ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ । ଅଭିନେତ୍ରୀ କହିଛନ୍ତି, ଆଜି ମୋତେ ଦୁଷ୍କର୍ମର ଧମକ୍ ମିଳିଛି । ଏପରି ଧମକ ଦେଇ ମୋ ସ୍ୱରକୁ ଦବାଇ ପାରିବେ ନାହିଁ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ପଞ୍ଜାବର ସାଂସଦ କଙ୍ଗନାଙ୍କୁ ଟାର୍ଗେଟ୍ କରି କହିଥିଲେ,
ଦୁଷ୍କର୍ମ କେମିତି ହୁଏ ତାହା ଆପଣମାନେ କଙ୍ଗନାଙ୍କୁ ପଚାରି ପାରନ୍ତି । ତାଙ୍କ ପାଖରେ ଦୁଷ୍କର୍ମ ନେଇ ଅନେକ ଅଭିଜ୍ଞତା ରହିଛି ।
ପଞ୍ଜାବର ପୂର୍ବତନ ସାଂସଦ ସମରଜିତ ସିଂହ ମାନ ଅଗଷ୍ଟ ୨୯ ଗୁରୁବାର ଦିନ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସିମରନଜିତ କହିଛନ୍ତି, ଦୁଷ୍କର୍ମ କେମିତି ହୁଏ ତାହା ଆପଣମାନେ କଙ୍ଗନାଙ୍କୁ ପଚାରି ପାରନ୍ତି । ତାଙ୍କ ପାଖରେ ଦୁଷ୍କର୍ମ ନେଇ ଅନେକ ଅଭିଜ୍ଞତା ରହିଛି ।
IANS Exclusive
— IANS (@ians_india) August 29, 2024
Kangana Ranaut responds to Former Punjab MP Simranjit Singh Mann's statement pic.twitter.com/AzbHz1CVhW
ସୂଚନାଥାଉ ଯେ, କୃଷକ ଆନ୍ଦୋଳନକୁ ବିରୋଧ କରି କଙ୍ଗନା କହିଥିଲେ ବାସ୍ତବରେ, 2019 ରୁ 2020 ପର୍ଯ୍ୟନ୍ତ ସେଠାରେ ଏକ କୃଷକ ଆନ୍ଦୋଳନ ହୋଇଥିଲା ଯାହା ପ୍ରାୟ ଏକ ବର୍ଷ ଧରି ଚାଲିଥିଲା ।ଯଦି ଭାରତର ନେତୃବୃନ୍ଦ ଶକ୍ତିଶାଳୀ ନଥାନ୍ତେ ତେବେ ଦେଶରେ ବାଂଲାଦେଶ ପରି ସ୍ଥିତି ସୃଷ୍ଟି ହୋଇଥାନ୍ତା । ଏହି ଅଭିଯୋଗ ସହ ଜଡିତ ଷଡଯନ୍ତ୍ରରେ ଚୀନ୍ ଏବଂ ଆମେରିକା ଜଡିତ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଥିଲେ, ଆନ୍ଦୋଳନ ସ୍ଥଳରେ ମୃତଦେହ ଝୁଲା ଯାଇଥିଲା ଓ ଦୁଷ୍କର୍ମ ଘଟଣା ଘଟିଥିଲା । କଙ୍ଗନାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅନ୍ୟପଟେ ବିଜେପି ବିଧିବଦ୍ଧ ଭାବେ କଙ୍ଗନାଙ୍କ ବୟାନ ଠାରୁ ନିଜକୁ ଦୂରେଇ ଦେଇଥିଲା ।












Click it and Unblock the Notifications