‘ରାହୁଲ ସବୁଠୁ ଭୟଙ୍କର’ , କଙ୍ଗନା କାହିଁକି ଏମିତି କହିଲେ
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ତଥା ଏମପି କଙ୍ଗନା ରାନାଓ୍ବତ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଭାଜପା ଏମପି ରାହୁଲଙ୍କୁ ସବୁଠାରୁ ବିପଜ୍ଜନକ ବ୍ୟକ୍ତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଦେଶ ନଷ୍ଟ କରିବା ପରେ ହିଁ ସେ ମରିବେ ବୋଲି ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ କଙ୍ଗନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ରାହୁଲ ଗାନ୍ଧୀ ସବୁଠାରୁ ବିପଦପୂର୍ଣ୍ଣ ବ୍ୟକ୍ତି, ସେ ତିକ୍ତ, ବିଷାକ୍ତ ଏବଂ ବିନାଶକାରୀ। ତାଙ୍କର ଏଜେଣ୍ଡା ହେଉଛି ଯଦି ସେ ନିଜେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ, ତେବେ ସେ ଏହି ଦେଶକୁ ନଷ୍ଟ କରିଦେବେ।
କଙ୍ଗନା ସୋଶାଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ'ରେ ପୋଷ୍ଟ କରି କହିଛନ୍ତି, 'ରାହୁଲ ଗାନ୍ଧି ହେଉଛନ୍ତି ସବୁଠୁ ବିପଜ୍ଜନକ ବ୍ୟକ୍ତି। ସେ କଟୁ, ବିଷାକ୍ତ ଓ ବିଧ୍ୱଂସକାରୀ ଅଟନ୍ତି। ଯଦି ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ତେବେ ଏହି ଦେଶକୁ ନଷ୍ଟ କରିବା ହେଉଛି ତାଙ୍କର ଏଜେଣ୍ଡା। ଆମ ଷ୍ଟକ୍ ମାର୍କେଟକୁ ସିଧାସଳଖ ଟାର୍ଗେଟ କରୁଥିବା ହିଣ୍ଡେନବର୍ଗର ରିପୋର୍ଟ ଗତକାଲି ବେକର ପ୍ରମାଣିତ ହୋଇଛି। ଯାହାକୁ ରାହୁଲ ଗାନ୍ଧି ସମର୍ଥନ କରୁଥିଲେ। ତାଙ୍କ ସମର୍ଥନ ଏବେ ବେକାର ବୋଲି ପ୍ରମାଣିତ ହୋଇଛି।'

କଙ୍ଗନା ନିଜ ପୋଷ୍ଟରେ ଆହୁରି ଲେଖିଛନ୍ତି, 'ସେ ଦେଶର ସୁରକ୍ଷା ଓ ଅର୍ଥନୀତିକୁ ଅସ୍ଥିର କରିବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଛନ୍ତି। ମିଷ୍ଟର ଗାନ୍ଧି, ଆପଣ ସାରା ଜୀବନ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ରୁହନ୍ତୁ। ଆପଣ ଯେଉଁ ପ୍ରକାର ପୀଡିତ ଅଛନ୍ତି, ସେହି ପ୍ରକାରେ ଏହି ଦେଶର ଲୋକଙ୍କ ଗର୍ବ, ବିକାଶ ଏବଂ ଜାତୀୟତାବାଦକୁ ଦେଖି ଯନ୍ତ୍ରଣା ଭୋଗନ୍ତୁ। ସେମାନେ କଦାପି ଆପଣଙ୍କୁ ସେମାନଙ୍କର ନେତା କରିବେ ନାହିଁ। ତୁମେ ଏକ କଳଙ୍କ।'












Click it and Unblock the Notifications