ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଙ୍ଗନା ରଣାୱତଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର
Kangana Ranaut Ram Mandir: ଆସନ୍ତା ୨୧ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଯେଉଁଥି ପାଇଁ ସାରା ଦେଶରେ ନିମନ୍ତ୍ରଣ ପତ୍ର ବଣ୍ଟା ଯାଇଛି । ଏହି ବିଶେଷ ଉତ୍ସବରେ ବହୁ ବଲିଉଡ ସେଲିବ୍ରିଟି, ବ୍ୟବସାୟୀ ଏବଂ ରାଜନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନ ପକ୍ଷରୁ ସୁଚାରୁରୂପେ ପାଳନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି । ସେହିପରି ସାଉଥ୍ ସୁପରଷ୍ଟାର ରଜନୀକାନ୍ତ, ପ୍ରଭାସ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏବଂ ଏପରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏହି ସମାରୋହରେ ଯୋଗ ଦେବେ । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ଏନେଇ କଙ୍ଗନା ରଣାୱତ ନିଜେ ସୂଚନା ଦେଇଛନ୍ତି ।

ଅଭିନେତ୍ରୀ କଙ୍ଗନା ଇନଷ୍ଟାଗ୍ରାମରେ ଏକ ପୋଷ୍ଚ ସେୟାର କରି ଏନେଇ ସୂଚନା ଦେଇଛନ୍ତି । କଙ୍ଗନା କହିଛନ୍ତି ଯେ, ଶେଷରେ ସେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପତ୍ର ପାଇଛନ୍ତି । ଏହି ଭିଡିଓ ବାର୍ତ୍ତାରେ ଅଭିନେତ୍ରୀ 'ରାମ ସିଆ ରାମ' ଗୀତ ମଧ୍ୟ ଗାଉଥିବାର ଦେଖିବା ପାଇଁ ମିଳିଛି । ତେବେ 14 ପୃଷ୍ଠାର ଏହି ନିମନ୍ତ୍ରଣ ପତ୍ରର ପ୍ରଥମ ପୃଷ୍ଠାରେ ପ୍ରଭୁ ରାମଙ୍କ ଫଟୋ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି ।
ରିପୋର୍ଟ ଅନୁଯାୟୀ, ରାମ ମନ୍ଦିର ଟ୍ରଷ୍ଟ 7000 ଲୋକଙ୍କୁ ନିମନ୍ତ୍ରଣ ପଠାଇଛି, ଯେଉଁଥିରେ 3000 ଭିଆଇପି ସାମିଲ ଅଛନ୍ତି । ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଣବୀର କପୁର, ଆଲିଆ ଭଟ୍ଟ, ଅନୁପମ ଖେର, ମାଧୁରୀ ଦୀକ୍ଷିତ, ସନି ଦେଓଲ, ଟାଇଗର ଶ୍ରଫ, ଆୟୁଷ୍ମାନ ଖୁରାନା, ଅଜୟ ଦେବଗନ, କଙ୍ଗନା ରଣାୱତଙ୍କୁ ରାମ ମନ୍ଦିରର ଉଦଘାଟନ ଉତ୍ସବର ନିମନ୍ତ୍ରଣ ପତ୍ର ମିଳିଥିବା ନେଇ ସୂଚନା ରହିଛି । ଏହା ବ୍ୟତୀତ ପ୍ରଭାସ, ଚିରଞ୍ଜୀବୀ, ମୋହନଲାଲ, ଧନୁଷଙ୍କ ପରି ସାଉଥ୍ ପ୍ରସିଦ୍ଧ ତାରକାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ସେହିପରି ଟେଲିଭିଜନ ଏବଂ କ୍ରିକେଟ୍ ଜଗତର ସେଲିବ୍ରିଟିମାନେ ଏହି ମହାନ ଉତ୍ସବରେ ଯୋଗ ଦେବେ ।












Click it and Unblock the Notifications