କଙ୍ଗନାଙ୍କୁ ଜୀବନରୁ ମାରିଦେବାକୁ ଧମକ, ଜାଣନ୍ତୁ କିଏ ଓ କାହିଁକି ଏଭଳି ଧମକ ଦେଇଛନ୍ତି
ମୁମ୍ବାଇ : ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ 'ଇମରଜେନ୍ସି' ରିଲିଜ ହେବା ପୂର୍ବରୁ ବିବାଦ ଭିତରେ ଛନ୍ଦି ହୋଇଯାଇଛି। ଏହି ଫିଲ୍ମରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ନାରାଜ ଥିବା ନଜର ଆସୁଛି । ଗୁରୁଦ୍ୱାର ପ୍ରବନ୍ଧକ କମିଟି ତରଫରୁ ଏଥିଲାଗି କଙ୍ଗନା ରଣାୱତ ଏବଂ ଫିଲ୍ମ ନିର୍ମାତାଙ୍କୁ ଲିଗାଲ ନୋଟିସ୍ ପଠାଯାଇଛି ।
ନୋଟିସ ମାଧ୍ୟମରେ ଫିଲ୍ମ ସିଖଙ୍କୁ ଭୁଲ୍ ଭାବେ ଦେଖାଇଥିବା ସିନ ହଟାଇବାକୁ କୁହାଯାଇଛି । ଏପଟେ ଏହି ଚଳଚିତ୍ର ପାଇଁ କଙ୍ଗନାଙ୍କୁ ଜୀବନରୁ ମାରିବାକୁ ଧମକ ମିଳିଥିବା ଅଭିଯୋଗ ହୋଇଛି। ଶିଖ ସଙ୍ଗଠନ ତାଙ୍କୁ ଏହି ଧମକ ଦେଇଛି। ତାଙ୍କ ଅପ୍କମିଂ ଫିଲ୍ମ 'ଏମରଜେନ୍ସି'ରେ ଟ୍ରେଲର ରିଲିଜ ହେବା ପରଠାରୁ ତାଙ୍କୁ ଏହି ଧମକ ମିଳିଛୁ।

ଜଣେ ଖ୍ରୀଷ୍ଟିଆନ୍ରୁ ନିହଙ୍ଗା ଶିଖ ପାଲଟିଥିବା ବିକି ଥମସ ସିଂହ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ କଙ୍ଗନାଙ୍କୁ ସେ ଖୋଲାଖୋଲି ଭାବେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, 'ଯଦି ଏହି ଫିଲ୍ମରେ ମୃତ ଖଲିସ୍ତାନୀ ହିରୋ ଜର୍ଣ୍ଣେଲ ସିଂହ ଭିଣ୍ଡରାବାଲେଙ୍କୁ ଆତଙ୍କବାଦୀ ଭାବରେ ଚିତ୍ରଣ କରାଯାଇଛି, ତେବେ ଇନ୍ଦିରା ଗାନ୍ଧୀଙ୍କ ସହିତ କ'ଣ ଘଟିଛି ତାହା ମନେ ରଖନ୍ତୁ, ଯାହାର ଫିଲ୍ମ ଆପଣ ତିଆରି କରୁଛନ୍ତି? ଯେଉଁମାନେ ନିଜ ମୁଣ୍ଡ ଅର୍ପଣ କରିପାରନ୍ତି ସେମାନେ ମୁଣ୍ଡ ମଧ୍ୟ କାଟିପାରନ୍ତି ବୋଲି କହିଛନ୍ତି ।












Click it and Unblock the Notifications