କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ କଙ୍ଗନା
ନୂଆଦିଲ୍ଲୀ: କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଏହି ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବା ନାଁ ଧରୁନି । କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଫେଡେରେସନ ଅଫ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦେଶ ବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ସମସ୍ତ ମେଡିକାଲରେ ଓପିଡ଼ି ସେବା ବନ୍ଦ ରଖିବାକୁ ଡାକରା ଦେଇଛି ଫେଡେରେସନ ।
ଏପଟେ ଆଜି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତ ମଣ୍ଡି ସାଂସଦ କଙ୍ଗନା ରାଣାୱତ । ସେ ଏନେଇ ସୋସିଆଲ୍ ମିଡିଆରେ ଏକ ବଡ଼ ନୋଟ୍ଲେଖି ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ଚଳାଉଥିବା ଆର୍ଡି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା ହୃଦୟ ବିଦାରକ ଏବଂ ଅତି ନୃଶଂସନୀୟ। ଶୁକ୍ରବାର ସକାଳୁ ଏହି ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତଦେହ ହସ୍ପିଟାଲ୍ର ସେମିନାର ଗୃହରୁ ମିଳିଥିଲା ।

ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ହତ୍ୟା ପୂର୍ବରୁ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିବା ସହିତ ଅକଥନୀୟ ନିର୍ଯ୍ୟାତନା ଦେଇଛି । ମୁଁ ଆଶାକରୁଛି ଯେ ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବ ଏବଂ ଅଭିଯୁକ୍ତକୁ କଠୋର ଶାସ୍ତି ମିଳିବ ।












Click it and Unblock the Notifications