Get Updates
Get notified of breaking news, exclusive insights, and must-see stories!

ନିର୍ବାଚନୀ ସତ୍ୟପାଠରୁ ସାମନାକୁ ଆସିଲା କଙ୍ଗନା ରଣାୱତ ସମ୍ପତ୍ତି ତାଲିକା, ଜାଣନ୍ତୁ ତାଙ୍କ ପାଖରେ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ: ଆଜି ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମଙ୍ଗଳବାର ଦିନ ଏକ ବିଶାଳ ରୋଡ୍ ଶୋ' କରି କଙ୍ଗନା ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରାର୍ôଥପତ୍ର ଦାଖଲ ବେଳେ କଙ୍ଗନା ଦେଇଥିବା ସତ୍ୟପାଠରେ ତାଙ୍କ ସମ୍ପତ୍ତି ବିବରଣୀ ସାର୍ବଜନୀନ କରଛନ୍ତି ।

ଆଉ ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି କଙ୍ଗନା ରାଣାୱତ ମାତ୍ର ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି । ହେଲେ ସେ ୯୧,୬୬,୩୧,୨୩୯ ଟଙ୍କାର ମାଲିକ । ତାଙ୍କ ପାଖରେ ୪ଟି ଦାମୀ କାର ବି ରହିଛି । ତାଙ୍କ ପାଖରେ ଦୁଇଟି ମର୍ସିଡିଜ୍ ଏବଂ ଗୋଟିଏ ବିଏମଡବ୍ଲୁ ସମେତ ଚାରି ଗାଡ଼ି ରହିଛି । ଏଥିରେ ୩.୯୧ କୋଟି ଏବଂ ୫୮.୬୫ ଲକ୍ଷ ଟଙ୍କାର ମର୍ସିଡିଜ୍ ଏବଂ ୯୮.୨୫ ଲକ୍ଷ ଲକ୍ଷ ଟଙ୍କାର ବିଏମଡବ୍ଲୁ ଗାଡ଼ି ରହିଛି । କଙ୍ଗନାଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟ ଏବଂ ୫୦ ଏଲଆଇସି ପଲି ପଲିସି ଅଛି ।

Kangana Ranaut

କଙ୍ଗନା ସେୟାର ମାର୍କେଟରେ ପ୍ରାୟ ଏକ କୋଟି ୨୧ ଲକ୍ଷ ଙ୍କା ନିବେଶ କରିଛନ୍ତି । ସେ ଫିଲ୍ମ କମ୍ପ କମ୍ପାନି ସମେତ ୧୧ ଜଣଙ୍କୁ ପର୍ସନାଲ୍ ଲୋନ୍ ମଧ୍ୟ ଦେଇଛନ୍ତି । ଅଳଙ୍କାର କଙ୍ଗନାଙ୍କ ପାଖରେ ୬ କେଜିରୁ ଅଧିକ ସୁନା ଅଳଙ୍କାର ଅଛି, ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା । ତାଙ୍କ ପାଖରେ ୬୦ କେଜି ଟଙ୍କାର ରୁପା ଙ୍କାର ଅଛି, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଏହା ବ୍ୟତୀତ କଙ୍ଗନାଙ୍କ ପାଖରେ ୩ କୋଟି ଟଙ୍କାର ହୀରା ମଧ୍ୟ ରହିଛି ।

ଚଣ୍ଡିଗଡ଼ରେ ୪ ଫ୍ଲାଟ, ମୁମ୍ବାଇରେ ଘର(୨୧ କୋଟି)ର, ଫ୍ଲାଟ(୧୬ କୋଟି) ମନାଲିରେ ବଙ୍ଗଳା(୧୫ କୋଟି)ର ରହିଛି । ମୋଟ ସମ୍ପତ୍ତି ଦେଖିଲେ କଙ୍ଗନା ୯୧.୬୬ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।ତାଙ୍କ ନାଁରେ ମୋଟ ୮ଟି ଅପରାଧିକ ମାମଲା ରହିଛି । ଏହା ମଧ୍ୟରୁ ୩ଟି ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ରୁଜୁ ହୋଇଛି । ଜୁନ ୧ରେ ମଣ୍ଡି ଲୋକସଭା ଆସନ ପାଇଁ ଭୋଟ ପଡ଼ିବ । ଏଠାରେ କଙ୍ଗନାଙ୍କ ବିରୋଧରେ କଂଗ୍ରେସ ବିକ୍ରମାଦିତ୍ୟ ସିଂହଙ୍କୁ ଟିକେଟ ଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+