ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା: କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ପିଟିଲା ମାଲବାହୀ ଟ୍ରେନ୍, ୫ ମୃତ
Kanchenjunga Express Accident: ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଟ୍ରାକରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସହ ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 25 ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ସକାଳ 9.30 ସମୟରେ ଘଟିଛି। ଟ୍ରେନ୍ ନମ୍ବର 13174 କାଞ୍ଚନଜଙ୍ଗା ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଟ୍ରେନଟି କୋଲକତାରୁ ସିଆଲଦା ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା । କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରାକରେ ଠିଆ ହୋଇଥିବା ବେଳେ ପଛରୁ ଏକ ମାଲବାହୀ ଗାଡି଼ ଆସି ଧକ୍କା ଦେଇଥିଲା । ଯାହା ଫଳରେ ପାସେଞ୍ଜର ଟ୍ରେନର ୨ଟି ଏବଂ ଗୋଟିଏ ପାର୍ସଲ ବଗି ସମ୍ପୁର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି ।
ପୋଲିସର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ସେହିପରି ସମସ୍ତ ସରକାରୀ ଏବଂ ପ୍ରାଇଭେଟ୍ ମେଡିକାଲକୁ ଆଲର୍ଟ ଜାରି କରାଯାଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଡିଏମ୍, ଏମପି, ଡାକ୍ତରି ଟିମ୍, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି ।












Click it and Unblock the Notifications